Onn 3

ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଲେ ରାଜ୍ୟପାଳ

State

RaghubarDas-300x200-1-624x430

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କର ଆଜି ବୈଠକ ହୋଇଯାଇଛି | ଓଡ଼ିଶାରେ ରାଜ୍ୟପାଳ ଦାୟିତ୍ୱ ନେବା ପରେ କୁଳାଧିପତି ଭାବେ ପ୍ରଥମ ଥର କୁଳପତିମାନଙ୍କ ସହ ବୈଠକ କରିଛନ୍ତି ରଘୁବର ଦାସ | ତେବେ ବୈଠକ ନେଇ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ ରାଉଳ କହିଛନ୍ତି ଯେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟଗୁଡିକରେ ଶିକ୍ଷାର ମାନ ବୃଦ୍ଧି କିଭଳି ହୋଇପାରିବ, କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ବଜାୟ ରହିବ ଏ ସବୁ ଉପରେ ଆଲୋଚନା ହୋଇଛି | ରାଜ୍ୟର ଯେତିକି ଆଡ଼ମିନିଷ୍ଟ୍ରେଟିଭ ବିଭାଗ ଅଛି ଯାହା ଅଧୀନରେ ଯେମିତି କୃଷି ବିଭାଗ ଅଧୀନରେ ୭ଟି ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ମଧ୍ୟ ଏ ଆଲୋଚନାରେ ଭାଗ ନେଇଥିଲେ | ବିଶ୍ୱବିଦ୍ୟାଳୟର ସମସ୍ୟା ଯେମିତିକି ଷ୍ଟାଫ ସଂଖ୍ୟା ବୃଦ୍ଧି, ଭିତିଭୂମି ବୃଦ୍ଧି ହେବ, ତାହା ଉପରେ ମଧ୍ୟ ଆଜି ଆଲୋଚନା ହୋଇଛି | ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡିକ କିଭଳି ବିଶ୍ୱ ସ୍ତରରେ ନାଁ କମେଇପାରିବ ତାହା ଉପରେ ଫୋକସ କରିବା ପାଇଁ ମାର୍ଗଦର୍ଶନ କରିଛନ୍ତି କୁଳାଧିପତି |
ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି ଯେ ଆଜି ପ୍ରଥମ ସାକ୍ଷାତକାର କୁଳାଧିପତିଙ୍କ ସହ ହୋଇଛି। ୫ଟି ବିଷୟରେ ଆଲୋଚନା ହୋଇଛି। ଜାତୀୟ ଶିକ୍ଷାନୀତି ୨୦୨୦ର ଲାଗୁ କେମିତି ହୋଇଛି, ପରୀକ୍ଷା ପରିଚାଳନା କିଭଳି ହେଉଛି,ରିସର୍ଚ୍ଚ ଉପରେ ବିଶ୍ୱବିଦ୍ୟାଳୟର ସ୍ଥିତି କିଭଳି ରହିଛି ଏସବୁ ଉପରେ ଆଲୋଚନା ହୋଇଛି। ଜାତୀୟ ଶିକ୍ଷାନୀତିକୁ ଗୁରୁତ୍ୱ ଦିଆଯିବା ସହ କିଛି ଓଡିଶା କଲଚର ଉପରେ ଭ୍ୟାଲୁ ଆଡ଼ କୋର୍ସ କରିବା ପାଇଁ ମଧ୍ୟ କହିଛନ୍ତି କୁଳାଧିପତି। ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି ଯେ କୁଳାଧିପତି ଆଜି ପ୍ରାଧାନ୍ୟ ଦେଇଛନ୍ତି ଜାତୀୟ ଶିକ୍ଷାନୀତି ଉପରେ। ତାହାକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସବୁ କାମ ଇ ଅଫିସ ବା ଇ ଗ୍ଭରଣାସ ମାଧ୍ୟମରେ କରାଯାଉ। ପିଲାଙ୍କର ପରୀକ୍ଷା ଓ ଫଳ ପ୍ରକାଶ ଠିକ ସମୟରେ ହେଉ। ନାକରେ ପିଲାଙ୍କର ପ୍ରଦର୍ଶନ କେମିତି ବହୁତ ଭଲ ରହିବ ତାହା ଉପରେ ଆଲୋଚନା ହୋଇଛି।