Onn 3

ଆଇଆଇସିଙ୍କଠାରୁ ନଗଦ ୩୭ ଲକ୍ଷ ଟଙ୍କା ଜବତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାଣିଲା ବିଜେପି

Politics State

 

hhhh

ଭୁବନେଶ୍ୱର: ବୈପାରିଗୁଡା ଆଇଆଇସିଙ୍କ ଠାରୁ ନଗଦ ୩୭ ଲକ୍ଷ ଜବତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଣେ ମନ୍ତ୍ରୀ ଏବଂ ପୂର୍ବତନ ମନ୍ତ୍ରୀଙ୍କୁ ଟାଣିଲା ବିଜେପି | ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଯେ ଓଡ଼ିଶା ସରକାର ଦୁର୍ନୀତିକୁ ନୀତି କରିଛନ୍ତି | ଜିରୋ ଟଲେରାଂଶ ନୁହଁ ହାଇ କରପସନ୍ ସରକାରଙ୍କ ନୀତି ପାଲଟିଛି | ସେ ପ୍ରଶ୍ନ ପଚାରିଛନ୍ତି ଯେ କାହା ସୁପାରିଶରେ ନବୀନ ନିବାସରେ ଚାକିରୀ ପାଇଥିଲେ ସୁଶାନ୍ତ | ଏହା ସହ ୩ ଜଣ ଏସପିଙ୍କ ପ୍ରୋସିଡିଙ୍ଗ ସତ୍ତ୍ୱେ କେମିତି ପ୍ରମୋସନ ପାଇଲେ ? କାହା ରାଜନୈତିକ ଛତ୍ରଛାୟା ତଳେ ରହି କଳା ଟଙ୍କା ଗୋଟାଉଥିଲେ ସୁଶାନ୍ତ ?

କଟକର ଜଣେ ମନ୍ତ୍ରୀ ଏବଂ ନୟାଗଡ଼ର ପୂର୍ବତନ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଆଣିଲା ବିଜେପି | ସୁଶାନ୍ତଙ୍କ ସହ ଗଞ୍ଜେଇ କାରବାରରେ ଏହି ଦୁଇ ଜଣଙ୍କ ସଂପୃକ୍ତି ଥିଲା କି ? ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ବିଜେପି ଦାବି କରିଛି | ଏହା ସହ କନେଷ୍ଟବଳରୁ କେମିତି ଆଇଆଇସି ହେଲେ ଏହା ପଛରେ ଓପିଏସସି ଜବ ରାକେଟର ଅଭିଯୋଗ ଆଣିଲା ଦଳ | ସେହିପରି ଓଲିଉଡ଼ ଲିଙ୍କ ନେଇ ବିଜେପିର ସାଙ୍ଘାତିକ ଅଭିଯୋଗ | ଜଣେ ବିଜେଡି ସାଂସଦଙ୍କ ସହ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସୁଶାନ୍ତ | ତେଣୁ ସେହି ଚଳଚ୍ଚିତ୍ରରେ ଟଙ୍କା ଲାଗିଥିଲା କି ? ସେ ଦିଗରେ ବି ତଦନ୍ତ କରିବା ଦରକାର |