Onn 3

ଆଦିବାସୀଙ୍କ ଜମି କିଣାବିକା ନେଇ କ୍ୟାବିନେଟ୍‌ ନିଷ୍ପତ୍ତି ଉପରେ ଉଦ୍‌ବେଗ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ

State

download

ଭୁବନେଶ୍ବର: ରାଜ୍ୟରେ ଆଦିବାସୀମାନେ ବଞ୍ଚିତ ଆଉ ଅବହେଳିତ ଅବସ୍ଥାରେ ଅଛନ୍ତି। ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଗୁରୁବାର ଏହା କହିଛନ୍ତି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୮୦ ମସିହା ପୂର୍ବରୁ ସବୁ ଆଦିବାସୀ ଗାଁଗୁଡ଼ିକ ରାଜସ୍ବ ଗ୍ରାମରେ ପରିଣତ ହୋଇଥିଲା। ମୁଁ ମନ୍ତ୍ରୀ ଥିବା ବେଳେ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲି ବୋଲି ସେ କହିଛନ୍ତି।
ଛତିଶଗଡ଼ ରାଜ୍ୟପାଳ କହିଛନ୍ତି ଯେ, ଆଦିବାସୀ ଅଞ୍ଚଳରେ ରାଜନୈତିକ, ପ୍ରଶାସନିକ ଅଧିକାରୀ, ପ୍ରତିଭାଶାଳୀ ଲୋକ ଆଦିବାସୀ ଜମି ହଡ଼ପ କରିଥିଲେ। ମୁଁ ଖବର ପାଇଲି ସେମାନଙ୍କ ଠାରୁ ବଳପୂର୍ବକ ବନ୍ଧୁକ ଦେଖାଇ ଜମି ହଡ଼ପ ହୋଇଛି। ମୁଁ ଭାବିଲି ଆଇନରେ ସଂଶୋଧନର ଆବଶ୍ୟକତା ରହିଛି। ଏଥିରେ ପରିବର୍ତ୍ତନରେ ଆଣି ୨୦୦୦ ମସିହାରେ ଆଇନରେ ସଂଶୋଧନ କଲି। ୧୯୫୬ରୁ ୨୦୦୨ ଯାଏଁ ଯିଏ ଯିଏ ଯେ କୌଣସି ପ୍ରକାର ଆଦିବାସୀ ଜମି ଅକ୍ତିଆରକୁ ନେଇଛନ୍ତି ସେମାନେ ଉପଜିଲ୍ଲାପାଳଙ୍କ ପାଖରେ ବିବରଣୀ ଦେବେ। ୨ ବର୍ଷରେ ବିବରଣୀ ନଦେଲେ ମୂଳ ମାଲିକ ପାଖକୁ ଫେରିଯିବା ଆଦିବାସୀ ଜମି। ତଞ୍ଚକତା କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଗଲା। ୨ ବର୍ଷ ଜେଲ ଏବଂ ୫ ହଜାର ଜରିମାନା ରହିଥିଲା। ଜମିରୁ ବେଦଖଲ ହୋଇ ଆଉଥରେ ଚେଷ୍ଟା କଲେ ୩ ବର୍ଷ ଜେଲ ୧୦ ହଜାର ଫାଇନ ବ୍ୟବସ୍ତା ହୋଇଥିଲା ଯାହା ବୈପବ୍ଲିକ ଆଇନ ଆସିଥିଲା। ହେଲେ ଏବେ ଯେଉଁ ସଂଶୋଧନ ଆସିଛି ସେ ନେଇ ମୁଁ ମନ୍ତବ୍ୟ ଦେଇ ପାରିବି ନାହଁ।