Onn 3

ନିଜ ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇଦେଲେ ଯୁବକ

Crime State

 

Self-immolation

ଭୁବନେଶ୍ବର: ପାରିବାରିକ କଳହର କୁପରିଣତି । ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଲେ ଯୁବକ । ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ବଡ଼ଗଡ଼ ଥାନା କେଶୁରା ଗାଁରେ । ଯୁବକ ଜଣକ ହେଲେ ଲକ୍ଷ୍ମଣ ପ୍ରଧାନ ।

ଏହି ଘଟଣାର ଏକ ସିସି ଟିଭି ଫୁଟେଜ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଆଜି ସକାଳ ସମୟରେ ଲକ୍ଷ୍ମଣ ଏକ ସ୍କୁଟିରେ ଆସି ତାଙ୍କ ଘର ସାମ୍ନାରେ ଗାଡିକୁ ରଖିଥିଲେ । ଏହାପରେ ସେ ନିଜ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିଲେ । ଏହା ଦେଖି ଜଣେ ବ୍ୟକ୍ତି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଆଡକୁ ଦୌଡିଯାଇ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଲେ ସେତବେଳକୁ ଯୁବକ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାର ଦେଖିବାକୁ ମିଳିଛି ।

ଏହାପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ଲକ୍ଷଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଲକ୍ଷ୍ମଣଙ୍କ ଆତ୍ମହତ୍ୟା ପଛର କାରଣ ଜଣାପଡିନଥିବାବେଳେ, ଘରୋଇ କଳହ ଏହାର ମୁଖ୍ୟ କାରଣ ଥିବା ଅନୁମାନ କରାଯାଉଛି ।