ଆସନ୍ତାକାଲି ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ତା ପୂର୍ବରୁ ଉପବାଚସ୍ପତି ନିର୍ବାଚନ କରାଯିବ । ଆଜି ସାଲୁଗା ପ୍ରଧାନ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସୂଚନାଥାଉ କି, ୨୦୦୦ ଏବଂ ୨୦୧୯ରୁ ନିର୍ବାଚନରେ ବିଧାୟକ ଭାବେ ଜିତିଥିଲେ ସାଲୁଗା । ନାମାଙ୍କନ ପତ୍ର ଦାଖଲ କରି ବିଧାୟକ କହିଛନ୍ତି, ‘ ଦଳର ସଭାପତି ମୋ ଉପରେ ଅସ୍ଥା ପ୍ରକଟ କରିଛନ୍ତି । ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ଚେଷ୍ଟା କରିବି । ଶାସକ ଓ ବିରୋଧୀ ଦଳର ମତାମତକୁ ସମ୍ମାନ ଦେବି । ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବି’ ବୋଲି କହିଛନ୍ତି ସାଲୁଗା ପ୍ରଧାନ ।
ଅନ୍ୟପକ୍ଷେ ବିଜେଡି ଆଦିବାସୀ କାର୍ଡ ଖେଳିଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଉପବାଚସ୍ପତି ପାଇଁ ଯୋଗ୍ୟତା ରହିଛି । କାରଣ ଦୁଇ ଦୁଇ ଥର ଲୋକେ ମୋତେ ନିର୍ବାଚିତ କରିଛନ୍ତି ।
ସୂଚନାଥାଉ କି, ଗତ ୮ ତାରିଖରେ ରଜନୀକାନ୍ତ ସିଂହ ଉପବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଛି ।