Onn 3

ସି ଫୁଡ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ

State

 

1200-675-20060117-thumbnail-16x9-ss-750x430

ଭୁବନେଶ୍ଵର: ସି ଫୁଡ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ । ପଟିଆ ସ୍ଥିତ ସାଇ ଆନନ୍ଦମ୍ କମ୍ପ୍ଲେକ୍ସରେ ଥିବା ଶ୍ରିରାଗମ୍ ଏକ୍ସପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍ ନାଁରେ ଥିବା ସି ଫୁଡ୍ ଅଫିସରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ବାହିନୀ ପକ୍ଷରୁ ନିଆଁ ଆୟତ୍ତ ପାଇଁ ଉଦ୍ୟମ ଜାରିରଖିଛି ।

ଖବର ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ସମୟରେ ସର୍ଟ ସର୍କିଟ ଯୋଗୁ ବିଲ୍ଡିଂର ପ୍ରଥମେ ଗ୍ରାଉଣ୍ଡ ଫ୍ଲୋରରେ ପ୍ରଥମେ ନିଆଁ ଲାଗିଯାଇଥିଲା । ପରେ ନିଆଁ ପ୍ରଥମ ମହଲା ଓ ଦ୍ଵିତୀୟ ମହଲାକୁ ବ୍ୟାପି ଯାଇଥିଲା । ନିଆଁ ଦେଖି କଲୋନୀର ସିକ୍ୟୁରିଟି ଗାର୍ଡ ପୋଲିସ୍ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଇନ୍‌ଫୋସିଟି୍‌ ଥାନା ପୋଲିସ, ଦୁଇଟି ପିସିଆର୍‌ ଟିମ୍‌ ସମେତ ଚନ୍ଦ୍ରଶେଖରପୁର ଏବଂ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀର ୩ଟି ୟୁନିଟ୍‌ ପହଞ୍ଚି ନିଆଁ ଲିଭେଇବାକୁ କାମ କରିଥିଲେ ।

ଦୀର୍ଘ ୪ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ତେବେ ନିଆଁକୁ ଆୟତ୍ତ କରିବା ସହ ଉପର ମହଲାରେ ଫସି ରହିଥିବା ୬ ଜଣଙ୍କୁ ଉଦ୍ଧାର କରିଥିଲା ଟିମ୍ । ତେବେ ନିଆଁରେ ସମସ୍ତ ଜିନିଷପତ୍ର ୫ଟି ଏସି ୟୁନିଟ, ଦୁଇଟି ବେଡ଼ ଏବଂ ଅଫିସ ଡ଼କ୍ୟୁମେଣ୍ଟ ଆଜି ଜଳି ପୋଡି ପାଉଁଶ ହୋଇଯାଇଛି ।