Onn 3

୭ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କଲେ ନଗରପାଳ

State

ବାରିପଦା: ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମରେ ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୟୁରଭଞ୍ଜ ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରି ଶ୍ରେଷ୍ଠ ସାଂସ୍କୃତିକ ଦଳ ଭାବେ ପୁରସ୍କୃତ ହୋଇଛନ୍ତି I ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରି ପ୍ରତିଯୋଗୀମାନେ ବେଶ ଭାବବିହ୍ୱଳ ହୋଇପଡିଥିଲେ I ଏହି ଖବର ପ୍ରକାଶିତ ହେବା ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିଲା I ବିଭିନ୍ନ ମହଲରୁ କୃତୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନର ସୁଅ ଛୁଟିଛି I ଆଜି ବାରିପଦା ମ୍ୟୁନିସିପାଲିଟି ତରଫରୁ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ନିଜ କାର୍ଯ୍ୟାଳୟକୁ ଡାକି ୭ ଜଣ କୃତୀ ପ୍ରତିଯୋଗୀ ଜାଗେନ କିସ୍କୁ, କିସୁନ କିସ୍କୁ, ରାମଚନ୍ଦ୍ର ହେମ୍ବ୍ରମ, ସୋମପ୍ରକାଶ ବିଶୋଇ, ରୁଷିକ ସୋରେନ, ଦଶରଥ ମାଝୀ ଓ ପିଣ୍ଟୁ ମହାନ୍ତଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଓ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରତ୍ସାହନ ରାଶି ପ୍ରଦାନ କରିଥିଲେ I

ଏହି ସଫଳତା ମୟୁରଭଞ୍ଜ ଜିଲ୍ଲା ସହ ବାରିପଦା ମ୍ୟୁନିସିପାଲିଟି ପାଇଁ ଏକ ଗର୍ବର ବିଷୟ ବୋଲି ନଗରପାଳ କହିବା ସହ ଏହା ଅନ୍ୟ ବିଦ୍ୟାଳୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ I ଶେଷରେ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଏହି କୃତିତ୍ୱ ପାଇଁ ବିଦ୍ୟାଳୟର ସମସ୍ତଙ୍କ ଅବଦାନ ପାଇଁ ସାଧୁବାଦ ଦେଇଥିଲେ I ପିଲାମାନଙ୍କର ଅନୁରୋଧକୁ ରକ୍ଷା କରି ଅତିଶୀଘ୍ର ବିଦ୍ୟାଳୟ ପରିସରରେ ଏକ ସୁନ୍ଦର ଷ୍ଟେଜର ନିର୍ମାଣ କରାଯିବ ବୋଲି ନଗରପାଳ ପ୍ରତିଶୃତି ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ୱାର୍ଡେନ ସରୋଜ କୁମାର ସାବତ, ନୃତ୍ୟଗୁରୁ ରୁପମ ରାମ ଓ ଶିକ୍ଷକ ଗଣେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ I