ସୂଚନା ଅନୁସାରେ, ସାନଖଣି ଗାଁର ବାଳକୃଷ୍ଣ ମଲ୍ଲିକ ନାମକ ଜଣେ ଚଷୀ କରଜ କରି ୪ ଏକର ଜମିରେ ଧାନ ଫସଲ କରିଥିଲେ । କିନ୍ତୁ କାଳ ହେଲା ନିଅଣ୍ଟିଆ ବର୍ଷା । ନିଅଣ୍ଟିଆ ବର୍ଷା କାରଣରୁ ସବୁ ଫସଲ ଶୁଖି ନଷ୍ଟ ହୋଇଗଲା । ଶେଷରେ କୌଣସି ବାଟ ନପାଇ ଧାନ ବିଲରେ ନିଆଁ ଲଗେଇଦେଲେ ଚାଷୀ ।
ଅନ୍ୟପଟେ ଆଜିଠାରୁ ରାଜ୍ୟରେ ଲଗାଣ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଗୋଟେ ପଟେ ଜଣ ସେଚନ ସୁବିଧା ନଥିବାରୁ ଓ ନିଅଣ୍ଟିଆ ବର୍ଷା କାରଣରୁ ଧାନ ଫସଲରେ ଚାଷୀ ନିଆଁ ଲଗାଉଥିବା ବେଳେ ସେପଟେ ଆସୁଥିବା ବର୍ଷାକୁ ନେଇ ଏବେ ଚିନ୍ତାରେ ଚାଷୀ । ଧାନ ପାଚିବା ସମୟରେ ଅମଳ ପୂର୍ବରୁ ଲଗାଣ ବର୍ଷା ବର୍ତ୍ତମାନ ଚାଷୀର ଚିନ୍ତା ବଢାଇଛି ।