Onn 3

ରାବିଡ଼ିଙ୍କ ନୁହେଁ, କଣ ତମ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତି ? ଲାଲୁଙ୍କ ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

National & International

images-1

ପାଟନା: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ନିଜର ଚିରାଚରିତ ମଜାଳିଆ ଢଙ୍ଗରେ ଟାର୍ଗେଟ କରିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ସେ କହିଛନ୍ତି ଯେ, ରାବିଡ଼ି ଦେବୀଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ନ କରି କଣ ନିତ୍ୟାନନ୍ଦଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତି ? ଯଦି ରାବଡି ଦେବୀ ନଥାନ୍ତେ, ତେବେ ଆରଜେଡି ଆଜି ଆମ ସରକାର ହୋଇନଥାନ୍ତା। ବିହାରରେ ଆଜି ନୀତୀଶ-ତେଜସ୍ୱୀ ସରକାର ଗଠନ ହୋଇନଥାନ୍ତା।
ଲାଲୁ ଯାଦବ ବିହାରରେ ରାବିଡି ଦେବୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାରୁ ନିତ୍ୟାନନ୍ଦ ନିକଟରେ ସମାଲୋଚନା କରିଥିଲେ । ଏହାର ଜବାବରେ ଲାଲୁ ଏକଥା କହିଛନ୍ତି ।
ଲାଲୁ ଅଭିଯୋଗ କରିଛନ୍ତି ଯେ ନିତ୍ୟାନନ୍ଦ ରାୟ ହାଜିପୁରରୁ ଗାଈମାନଙ୍କୁ ନେଇ ହତ୍ୟା କରୁଥିଲେ। ଗାଈ ଓ ମଇଁଷି ହତ୍ୟା କରିବା ତାଙ୍କର ବ୍ୟବସାୟ ଥିଲା। ଏହି ସମୟରେ ଲାଲୁ ଯାଦବ ଦାବି କରିଥିଲେ ଯେ ନିତ୍ୟାନନ୍ଦ ରାୟ ଆରଜେଡିରେ ଯୋଗ ଦେବା ପାଇଁ ମୋ ପାଖକୁ ଆସିଥିଲେ। ସେ ଅନେକ ଥର ଅନୁରୋଧ ବି କରିଥିଲେ । ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ହାଜିପୁରରେ ନିତ୍ୟାନନ୍ଦଙ୍କ ବିରୋଧରେ ତେଜପ୍ରତାପ ଯାଦବଙ୍କୁ ନିର୍ବାଚନରେ ପ୍ରାର୍ଥୀ କରନ୍ତି ତେବେ ସେ ଅମାନତ ହରାଇବେ ।
ଲାଲୁ ଯାଦବ ମଧ୍ୟ ବିଜେପି ପକ୍ଷରୁ ଆୟୋଜିତ ଯାଦବ ସମ୍ମିଳନୀକୁ ସମାଲୋଚନା କରିଥିଲେ । ସେ କହିଥିଲେ ଯେ ବିଜେପିକୁ ଯାଦବଙ୍କ ନାଁରେ କଂସ ଆସୁଛନ୍ତି ।