Onn 3

ଆସନ୍ତା ୨୭ତାରିଖରୁ ଐତିହାସିକ ବାଲିଯାତ୍ରା, ଆଜି ଠାରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ

State

 

Picture12

କଟକ : ଆସନ୍ତା ନଭେମ୍ବର ୨୭ ତାରିଖରେ ରହିଛି କାର୍ତ୍ତିକ ପୂର୍ଣ୍ଣିମା  । ଆଉ ସେହିଦିନ ଠାରୁ ଆରମ୍ଭ ହେବାକୁ ଯାଉଛି କଟକ ର ଐତିହାସିକ ବାଲିଯାତ୍ରା  । ଏଥିଲାଗି ପୁରା ସଜେଇ ହେବାକୁ ଲାଗିଛି ବାଲିଯାତ୍ରା ପଡିଆ  । ପ୍ରଶାସନ ବି ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଚଳିତବର୍ଷ ବାଲିଯାତ୍ରା ଲାଗି ଆଜି ଠାରୁ ଆରମ୍ଭ ହୋଇଛି ପ୍ଲଟ୍ ନିଲାମ ପ୍ରକ୍ରିୟା । ଏହା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ  । ଏଥିଲାଗି ୬ଟି ସ୍ଥାନରେ  ୧୦ଟି କାଉଣ୍ଟର କରାଯାଇଛି । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ,କର୍ମଚାରୀମାନଙ୍କୁ ନେଇ ୧୦ ଟି ଟିମ ଗଠନ କରାଯାଇଛି ।

ଚଳିତ ବର୍ଷ  ବାଲିଯାତ୍ରା ଲାଗି ଜିଲ୍ଲା ପ୍ରଶାସନ ମୋଟ ୧୪୦୦ ପ୍ଲଟ ଆବଣ୍ଟନ କରିବ । ୮୯୪ ଜଣ ଆବେଦନକାରୀ ମୋଟ ୧୬୦୦ ଟି ପ୍ଲଟ ପାଇଁ ପଞ୍ଜିକରଣ କରିଛନ୍ତି । ବାଲିଯାତ୍ରାକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ଲାଗି ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥର ୮ଦିନ ବାଲିଯାତ୍ରା ଉପଭୋଗ କରିବେ ଦର୍ଶକ  । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭଲ ଦି ପଇସା ରୋଜଗାରର ଆଶା ରଖିଛନ୍ତି ବ୍ୟବସାୟୀ ।