Onn 3

ନଭେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁ ଏବଂ ପଞ୍ଚାୟତରୁ ସଂଗ୍ରହ ହେବ ତୁଳସୀ

Politics State

Congress-Bhawan

ଭୁବନେଶ୍ବର : ରାଜ୍ୟ କଂଗ୍ରେସ ପକ୍ଷରୁ କରାଯିବ ତୁଳସୀ ଯାତ୍ରା  । ନଭେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁ ଏବଂ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାରୁ  ତୁଳସୀ ସଂଗ୍ରହ କରାଯିବ  । ସବୁ ଅଞ୍ଚଳରୁ ସଂଗ୍ରହ କରିବା ପରେ ତାକୁ କଂଗ୍ରେସ ଭବନକୁ ଅଣାଯିବ । ଏବଂ ପରେ ଭୁବନେଶ୍ବର କଂଗ୍ରେସ ଭବନରୁ କର୍ମୀମାନେ ଏହି ତୁଳସୀକୁ ନେଇ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି ।

ଏଥିଲାଗି ଜନସାଧାରଣ ମଧ୍ୟ ସଜ ତୁଳସୀ ପଠାଇପାରିବେ । ରତ୍ନଭଣ୍ଡାର ଗଣତି , ମଣତି , ମରାମତି ଓ ଚାରି ଦ୍ବାର ଖୋଲିବା , ବେଦାନ୍ତ ଜମି ହସ୍ତାନ୍ତର ନ କରିବା କାରଣରୁ କଂଗ୍ରେସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।  ଏଭଳି ଅଭିନବ ପ୍ରତିବାଦ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।