Onn 3

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ

Politics State

election

ଜଗତସିଂହପୁର : ଜଗସିଂହପୁର ପୌରପରିଷଦ ୬ ନମ୍ବର ୱାର୍ଡ ଉପନିର୍ବାଚନ ପାଇଁ ବାଜିଲା ବିଗୁଲ। ନୋଟିଫିକେଶନ ପରେ ଆଜି କାଉନସିଲର ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ରୋଜାଲୀନ ଦାସ ବିଜେଡି ପ୍ରାର୍ଥୀନୀ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ପକ୍ଷରୁ ଚିନ୍ମୟୀ ନନ୍ଦ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଉଭୟ ପ୍ରାର୍ଥୀନୀ  ନିଜ ୱାର୍ଡରୁ ଶୋଭାଯାତ୍ରାରେ ଆସି ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ପୌର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ।

ଉଭୟ ପ୍ରାର୍ଥୀନୀ ନିଜ ନିଜର ବିଜୟ ଉପରେ ଶତ ପ୍ରତିଶତ ଭରସା ରଖିଥିବା ବେଳେ ନିଜ ୱାର୍ଡରେ ରହିଥିବା ରାସ୍ତା ଘାଟ, ପାନୀୟ ଜଳ, ବିଦ୍ୟୁତ ସେବା, ରାସନ କାର୍ଡ, ଭତ୍ତା ଆଦି ସମସ୍ୟା ଗୁଡିକର ସମାଧନ ଦିଗରେ ବିଶେଷ ଦୃଷ୍ଟି ଦେବେ ବୋଲି କହିଛନ୍ତି । ଅନ୍ୟପଟେ ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ କାଉନସିଲର ପ୍ରାର୍ଥୀନୀ ମାନେ ବିପୁଳ ଭୋଟ୍ ବ୍ୟବଧାନରେ ଜିତିବେ ବୋଲି ଦଳୀୟ ନେତା ଆଶାବ୍ୟକ୍ତ କରିଛନ୍ତି ।