Onn 3

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବାରିପଦା ତରଫରୁ ଚାଷୀ ଙ୍କୁ ବିହନ ବଣ୍ଟନ

State

ବାରିପଦା : ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କାର୍ଯ୍ୟକ୍ରମ ସହାୟତାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବାରିପଦା ତରଫରୁ କୁଳିଅଣା ପଞ୍ଚୟତ ସମିତି ଅନ୍ତର୍ଗତ ଗାଙ୍ଗରାଜ ଗ୍ରାମ ପଞ୍ଚୟାୟତ ର ରଘୁନାଥଗଞ ଗାଙ୍ଗରାଜ ଗ୍ରାମର ଆଦିବାସୀ ହିତାଧିକାରୀ ମାନଙ୍କ ପାଇଁ ରବି ରୁତୁରେ ଚାଷ କରିବା ନମନ୍ତେ ବିଭିନ୍ନ ପ୍ରକାର କୃଷି ଭିତିକ ସହାୟତା ପାଇଁ ଏକ ପଞ୍ଚାୟତ ସ୍ତରୀୟ ବିହନ ବଣ୍ଟ ଶିବି ର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା , ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି , ଜିଲା ପରିଷଦ ସଭ୍ୟ ଦୂର୍ଗାଚରଣ ମାରାଣ୍ଡି , କୁଳିଅଣା ସରପଞ୍ଚ ଓ ସମିତି ସଭ୍ୟ ଗାଙ୍ଗରାଜ ଗ୍ରାମପଞ୍ଚାୟତ , ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବାରିପଦା , ସହକାରୀ କୃଷି ଅଧ୍ୟକ୍ଷ , କୁଳିଅଣା ଙ୍କ ଉପସ୍ଥିତିରେ ୭୦ ଜଣ ହିତାଧିକାରୀ ଙ୍କୁ ଉନ୍ନତ ମାନର ମୁଗ ଓ ସୋରିଷ ମଞି , ଜୈବିକ ସାର , ଜୈବିକ କିଟନାସକ େଓ÷ାଷଧ ଇତ୍ୟାଦି ବଣ୍ଟନ କରାଯାଇଥିଲା । ଉକ୍ତ ବଣ୍ଟ କାର୍ଯ୍ୟକ୍ରମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବାରିପଦା ଙ୍କ ତରଫରୁ ପ୍ରକଳ୍ପ ପରିଚାଳକ , କୃଷି ବିଶେଷଜ୍ଞ , ସାମାଜିକ ବିଶେଷଜ୍ଞ ଓ ଜୀବିକା ବିଶେଷଜ୍ଞ ପ୍ରମୁଖ ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।