Onn 3

ମହାନ ଅକ୍ଟୋବର ବିପ୍ଳବ ଦିବସରେ ପାଲେଷ୍ଟାଇନ ସଂହତି ଦିବସ ପାଳିତ

State

ବାରିପଦା: ପାଖାପାଖି ଏକ ମାସ ଧରି ପାଲେଷ୍ଟାଇନ ଉପରେ ଇସ୍ରାଏକ ର ବନ୍ନ ବୈଷମ୍ୟବାଦୀ ଷ୍ପାଷିଷ୍ଟ ଶାସକ ଙ୍କ ଦ୍ୱାରା ବର୍ବର ଅମାନବିକ ଆକ୍ରମଣ ଏବଂ ଗଣହତ୍ୟାର ତାଣ୍ଡବ ବିଶ୍ୱ ଦେଖିଚାଲିଛି । ଯୁଦ୍ଧଖୋର ସାମାଜ୍ୟବାଦୀ ଶକ୍ତି ଙ୍କ ମଦତରେ ଚାଲିଥିବା ହତ୍ୟା ତାଣ୍ଡବରୁ ଶରଣାର୍ଥୀ ଶିବିର , ଚିକିତ୍ସାଳୟ ସମେତ ଶିଶୁ ,ମହିଳା ଓ ନିରସ୍ତ୍ର ଜନଗଣ ବାଦ ପଡୁନାହାନ୍ତି । ଗାଜାର ଜନଗଣ ଙ୍କ ନିକଟରେ ମାନବିକ ସହାୟତା ପହଞ୍ଚିବା ଲାଗି ଜାତିସଂଘ ଏବଂ ଆନ୍ତର୍ଜାତିକ ଜନମତ ର ଆହ୍ୱାନ କୁ ଉସ୍ରାଏଲ ଉପେକ୍ଷା କରିଛି । ମିଳିତ ଜାତିସଂଘ ର ସାଧାରଣ ବୈଠକରେ ଯୁଦ୍ଧ ବିରତି ପ୍ରସ୍ତାବ ଉପରେ ମୋଦୀ ସରକାର ମତଦାନ ରୁ ଦୂରେଇ ରହିବା ଭାରତର ବିଶ୍ୱ ଶାନ୍ତି ଅଭିଯାନ ଉପରେ ପ୍ରଶ୍ନ କରିଛି । ଅସ୍ତ୍ର ବିରତି ଏବଂ ଆକ୍ରମଣ- ପ୍ରତି ଆକ୍ରମଣ ର ଯୁଦ୍ଧ ବନ୍ଦ କରାଯାଇ ମାନବ ସମାଜ କୁ ସମ୍ବବତଃ ଆଗାମୀ ବିଶ୍ୱ ଯୁଦ୍ଧ ମୁହଁରୁ ଏଡାଇ ରଖିବା ବର୍ତ୍ତମାନ ସମୟର ଆହ୍ୱାନ ।

ତୁରନ୍ତ ଯୁଦ୍ଧ ବନ୍ଦ , ଅମାନବିକ ଅବରୋଧ ପ୍ରତ୍ୟାହାର , ଦୁଇ ରାଷ୍ଟ୍ର ପ୍ରତିଷ୍ଠାର ସମାଧାନ , ୧୯୬୭ ରେ ଥିବା ସୀମାକୁ ମାନ୍ୟତା ପ୍ରଦାନ ଇତ୍ୟାଦି ଦାବୀ ସହ ଆଜିର େଐତିହାସିକ ମହାନ ଅକ୍ଟୋବର ବିପ୍ଳବ ଦିବସରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି , ମୟୁରଭଞ ପକ୍ଷରୁ ଝାରପୋଖରିଆ ଠାରେ ବିକ୍ଷୋଭ ଅନୁଷ୍ଠିତ କରାଯାଇଅଛି । ପାଲେଷ୍ଟାଇନ ର ଜନଗଣ ଙ୍କ ଦୂର୍ଗତି ସମୟରେ ପାର୍ଟିର ନିର୍ଦ୍ଧାରଣ କ୍ରମେ ଆହୂତ ଦେଶବ୍ୟାପି ପାଲେଷ୍ଟାଇନ ସଂହତି ଦିବସର ଅଂଶ ବିଶେଷ ଭାବେ ଜିଲା ପାର୍ଟି ପକ୍ଷରୁ ପାଲେଷ୍ଟାଇନ ଜନଗଣ ଙ୍କ ପ୍ରତି ସଂହତି ଜ୍ଞାପନ କରାଯାଇଅଛି । ଏହି ବିକ୍ଷୋଭରେ ଜିଲା ସଂପାଦକ ସାଥି ଜଗବନ୍ଧୁ ମିଶ୍ର , ସାରସକଣା ଜୋନ ସଂପାଦକ ବଳରାମ ମହାନ୍ତ , ବାଙ୍ଗରିପୋଷି ଜୋନ ସଂପାଦକ ରଥ ସିଂ , ହୃଷିକେଶ ସାହୁ , ସହ ସଂପାଦକ ଦମୟନ୍ତୀ ନାଏକ , ଶୁକଦେବ ସିଂ , ଶତୃଷ୍ନ ନାଏକ , ସତ୍ୟବାନ ବେହେରା , ଭାରତୀ ବାରିକ , ଚିତ୍ରମଣି ସିଂ , ରଣଜିତ କର , ସୁକାନ୍ତି ମହାନ୍ତ , ଦୈାପଦୀ ସେଠୀ , ଗୀତା ମୁଖି , ଶୁକୁରା ସିଂ , ପାନି ମାର୍ଣ୍ଡି , ବସନି ସିଂ , ଲାଲମୋହନ ସିଂ , ସୁନାରାମ ବେହେରା , ନିରଞନ ମହାନ୍ତ ପ୍ରମୁଖ ସାମିଲ ଥିଲେ ।