ଏହି ସମୟରେ ରଇସି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ ଯେ ଗାଜା ଉପତ୍ୟକାରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ଶେଷ କରିବା ପାଇଁ ଭାରତ ନିଜର ସମସ୍ତ ପ୍ରଭାବକୁ ଉପଯୋଗ କରିବା ଉଚିତ୍ । ଇରାନ ପକ୍ଷରୁ କୁହାଯାଇଛି ଯେ, ଆଜି ଭାରତ ଗାଜାର ନିର୍ଯାତିତ ଲୋକଙ୍କ ବିରୋଧରେ ଇସ୍ରାଏଲର ଯୁଦ୍ଧ ଅପରାଧକୁ ଶେଷ କରିବା ପାଇଁ ନିଜର ସମସ୍ତ ସାମର୍ଥ୍ୟ ବ୍ୟବହାର କରିବ ବୋଲି ଆଶା କରାଯାଉଛି। ଲଗାତାର ହେଉଥିବା ପାଲେଷ୍ଟାଇନ ଲୋକଙ୍କ ହତ୍ୟାକୁ ସାରା ବିଶ୍ବର ଲୋକମାନଙ୍କ ମନରେ ଆକ୍ରୋଶ ରହିଛି ।
ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଆଲୋଚନା କରିଛନ୍ତି ବୋଲି ମଙ୍ଗଳବାର ଭାରତ ସରକାର ମଧ୍ୟ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ପାଲେଷ୍ଟିନୀୟ ଆତଙ୍କବାଦୀ ସଂଗଠନ ହମାସର ଆତଙ୍କବାଦୀ ଆକ୍ରମଣକୁ ଭାରତ ନିନ୍ଦା କରିଥିଲା । ତେବେ ପରେ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ସାଧାରଣ ଲୋକଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଥିଲା ।