Onn 3

କ୍ରୀଡା ପ୍ରତିଯୋଗିତା-୫ଟି ଉପକ୍ରମରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପାଇଁ ଆରମ୍ଭ ହେଲା ପଞ୍ଜୀକରଣ

State

ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମରେ ଅନୁଷ୍ଠିତ ହେବ ଏହି କ୍ରୀଡା ପ୍ରତିଯୋଗିତା

ବାରିପଦା: ଯୁବଶକ୍ତିର ବିକାଶ ପାଇଁ କ୍ରୀଡା କ୍ଷେତ୍ରରେ ଓଡ଼ିଶା ଦେଶରେ ସର୍ବାଗ୍ରେ ଥିବା ବେଳେ ରାଜ୍ୟ ସରକାର ଏହାକୁ ଅଧିକ ପ୍ରୋତ୍ସାହିତ କରିବାପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି କ୍ରୀଡା ପ୍ରତିଯୋଗିତା-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ। ସୂଚନା ଅନୁଯାୟୀ ଏହି କ୍ରୀଡା ପ୍ରତିଯୋଗିତା ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ କ୍ରିକେଟ୍, ହକି, ଫୁଟବଲ, କବାଡ଼ି, ଖୋ-ଖୋ, ଭଲିବଲ୍ ଆଦି ଖେଳ ଅନ୍ତର୍ଭୁକ୍ତ ଏବଂ ଉଭୟ ପୁରୁଷ ଓ ମହିଳା ଏଥିରେ ଅଂଶଗ୍ରହଣ କରିପାରିବେ |

ଅଂଶ ଗ୍ରହଣ ପାଇଁ ଯୋଗ୍ୟ ସମସ୍ତ ପୁରୁଷ ଓ ମହିଳା ପ୍ରତିଯୋଗୀ ଙ୍କ ବୟସ ୧୩ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ଜଣେ ପ୍ରତିଯୋଗୀ ଏକାଧିକ କ୍ରୀଡ଼ା ଶୃଙ୍ଖଳା ରେ ଅଂଶଗ୍ରହଣ ନିମନ୍ତେ ଆବେଦନ କରିପାରିବେ । ଆଶାୟୀ ଖେଳାଳି ପ୍ରତିଯୋଗୀ, ୱେବ୍‌ସାଇଟ୍ https://sports.odisha.gov.in କୁ ଯାଇ ନିର୍ଦ୍ଧାରିତ ଅନ୍‌ଲାଇନ୍ ଫର୍ମରେ ସମସ୍ତ ସୂଚନା ପୂରଣ କରିପାରିବେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀ ନିଜେ ରହୁଥିବା ଅଞ୍ଚଳରୁ ହିଁ ପଞ୍ଜିକରଣ କରିପାରିବେ । ସୂଚନାଯୋଗ୍ୟ ଯେ ପଞ୍ଜୀକରଣ ଅବଧି ଚଳିତ ନଭେମ୍ବର ୫ ରୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ରହିଛି ଏବଂ ଏଥିରେ ବିଜୟୀ ଦଳମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି |