Onn 3

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ୯ ପଞ୍ଚାୟତକୁ ୪.୫ କୋଟି ମଂଞ୍ଜୁର

State

ବାରିପଦା: ବ୍ଳକ ପଡିଆଠାରେ ଅନୁଷ୍ଠିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବ୍ଳକର ୯ ଟି ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରତ୍ୟେକ ପଞ୍ଚାୟତ ପିଛା ୫୦ ଲକ୍ଷ ଟଙ୍କା ହିସାବରେ ସମୁଦାୟ ୪.୫ କୋଟି ଟଙ୍କା ମଂଜୁର ସମେତ ସାରସକଣା, ରାଇରଙ୍ଗପୁର , ଯଶିପୁର ଏବଂ କରଂଜିଆ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ୨,୪୨୭ ଟି ପ୍ରକଳ୍ପ ପାଇଁ ୯୦ କୋଟି୫୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିବା ଘୋଷଣା କର ଯାଇଥିଲା ।ଏହି ଉପଲକ୍ଷେ ଅନୁଷ୍ଠିତ ଭବ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ପାଇଁ ଟଙ୍କା ବାକ୍ସରୁ ଟଙ୍କା ମଂଜୁର କରିଥିବାରୁ ମୟୁରଭଞ୍ଜ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି ମୁଖ୍ୟମନ୍ତ୍ରୀ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ଗ୍ରାମାଞ୍ଚଳରେ ବିକାଶ ପାଇଁ କୃତଜ୍ଞତା ଜଣାଇଥିଲେ ।ଏହି ଭବ୍ୟ କାର୍ଯ୍ୟକ୍ରମରେ ୫୦୦୦ ରୁ ଊର୍ଦ୍ଧ୍ବ ମହିଳାଙ୍କ, ଯୁବ, ଛାତ୍ର, କୃଷକ, ଶ୍ରମିକ ସାମିଲ ହୋଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ପ୍ରକଳ୍ପ ନିର୍ଦ୍ଦେଶକ ରଜନୀକାନ୍ତ ସ୍ବାଇଁ,ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ଉପାଧ୍ୟକ୍ଷା ମମିତା ଚୌଧୁରୀ,ଶକ୍ତି ବିଭାଗ ଉପଦେଷ୍ଟା ଦୀପ୍ତିମାନ ବଳ,ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା, ମହିଳା ନେତ୍ରୀ ତନୁଜା ମହାନ୍ତ, ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ, ରାଇରଙ୍ଗପୁର ବିଡ଼ିଓ ନାରାୟଣୀ ପ୍ରିୟଦର୍ଶନୀ ପଣ୍ଡା , ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ସମସ୍ତ ବ୍ଳକ କର୍ମଚାରୀ, ଜିଲ୍ଲା ପରିଷଦ ସଦସ୍ୟ ସଚିକାନ୍ତ ମହାନ୍ତ,ଲିପିକା ମଣ୍ଡଳ, ବିଜେଡ଼ିର ସମସ୍ତ ନେତୃବୃନ୍ଦ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।କାର୍ଯ୍ଯକ୍ରମ ଶାନ୍ତି ଶୃଙ୍ଖଳା ର ସହ ସଂପନ୍ନ ହୋଇଥିବାରୁ ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।