Onn 3

ମୟୁରଭଞ୍ଜ ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ର ୪ର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀମତୀ ମନ୍ଦାକିନୀ ସିଂ କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

State

ବାରିପଦା : ମୟୁରଭଞ୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଜନୈକା ୪ର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀମତୀ ମନ୍ଦାକିନୀ ସିଂ ତାଙ୍କ ସରକାରୀ ଚାକିରୀ ରୁ ଆଜି ତା ୩୧.୧୦.୨୦୨୩ ରିଖ ମଙ୍ଗଳବାର ଦିନ ଅବସର ଗ୍ରହଣ କରିଛନ୍ତି। ଇତ୍ୟବସରରେ ଆଜି ଜିଲ୍ଲା କାର୍ଯ୍ୟାଳୟ ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏହି ବିଦାୟକାଳୀନ ସଭାର ସଭାପତି ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଶ୍ରୀମତୀ ସିଂଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ତାଙ୍କର ଅବସରକାଳୀନ ଜୀବନ ଉଜ୍ଜ୍ୱଳମୟ ହେଉବୋଲି କହିଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ଜଣେ ନିଷ୍ଠାପର , ମିଷ୍ଟଭାଷୀ ଏବଂ ସ୍ନେହୀ ମଣିଷ ରୂପେ ଶ୍ରୀମତୀ ସିଂ ଆଦରଲାଭ କରିଥିଲେ ବୋଲି ଶ୍ରୀ ମହାନ୍ତି ଉଲ୍ଲେଖ କରିଥିଲେ। ପ୍ରକାଶ ଥାଉ କି ଶ୍ରୀମତୀ ସିଂ ୧୯୯୮ ମସିହା ରେ ସରକାରୀ ଚାକିରୀ ରେ ଯୋଗ ଦେଇଥିଲେ ଏବଂ ଦୀର୍ଘ ୨୫ ବର୍ଷ ଧରି ଶିକ୍ଷିତ ପିଅନ ଭାବରେ କାର୍ଯ୍ୟ କରି ଆସୁଥିଲେ।

ଆଜି ବିଦାୟ କାଳୀନ ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯଥା ନିକ୍ଷେପକ ଶ୍ରୀକାନ୍ତ ବେହେରା,ଗାଡିଚାଳକ ସାଗର ସିଂ,୪ର୍ଥ ଶ୍ରେଣୀ କର୍ମଚାରୀ ଶିବ ଶଙ୍କର ଦତ୍ତ, ରାମେଶ୍ୱର ବେଶ୍ରା ଓ ରବି ନାରାୟଣ ନାଏକ ପ୍ରଭୃତି ଶ୍ରୀମତୀ ସିଂ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ନିରାମୟ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ। ଏହି ଅବସରରେ ଶ୍ରୀମତୀ ସିଂ ଙ୍କୁ ତା’ଙ୍କର ପ୍ରୋଭିଜନାଲ ପେନସନ ମଞ୍ଜୁରୀ ଆଦେଶ ପ୍ରଦାନ କରାଯାଇଥିଲା। ନିଜ ସରକାରୀ ଚାକିରୀର ଶେଷ ଦିନରେ ଶ୍ରୀମତୀ ସିଂ ଭାବପ୍ରବଣ ହେବା ସହିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ସମସ୍ତ କର୍ମଚାରୀଙ୍କୁ ତାଙ୍କର ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଥିଲେ।