Onn 3

ଯୁଦ୍ଧ ପ୍ରସ୍ତୁତି କରୁଛି ଇରାନ୍ ! କଲା ହାଇଦର କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷା

National & International

download (1)

ତେହେରାନ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଅଧିକ ବିପଜ୍ଜନକ ହେବାରେ ଲାଗିଛି। ଇସ୍ରାଏଲ ଏବେ ଗାଜା ଉପତ୍ୟକାରେ ସ୍ଥଳ ଆକ୍ରମଣ ଆରମ୍ଭ କରିଛି। ସେପଟେ ଇରାନ ଖୋଲାଖୋଲି ଭାବେ ଇସ୍ରାଏଲକୁ ଗାଜା ଉପରେ ଆକ୍ରମଣର ପରିଣାମ ଭୋଗିବାକୁ ଚେତାବନୀ ଦେଇଛି। ହମାସକୁ ଖୋଲାଖୋଲି ସମର୍ଥନ କରୁଥିବା ଇରାନ ଯୁଦ୍ଧ ପାଇଁ ଆଗ୍ରହୀ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଇରାନର ଇସାରାରେ ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣ କରୁଛି ଲେବନାନସ୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ।
ଇସ୍ରାଏଲ ଓ ଆମେରିକାକୁ ଧମକ ଦେଇଥିବା ଇରାନ ଇତି ମଧ୍ୟରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଦେଇଛି । ଏବେ ଆମେରିକା ଓ ଇସ୍ରାଏଲକୁ ଚେତାବନୀ ଦେବା ଉଦ୍ଦେଶ୍ୟରେ ଇରାନ ତା’ର ଆଟାକ୍ ହେଲିକପ୍ଟରରୁ ହାଇଦର କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି।
ହାଇଦର କ୍ରୁଜ୍ କ୍ଷେପଣାସ୍ତ୍ରର ଏହା ଏକ ବ୍ୟବହାରିକ ପରୀକ୍ଷଣ ଥିଲା, ଯାହା ସଫଳ ହୋଇଛି। ହାଇଦର ହେଉଛି ଏକ ସ୍ଥଳରୁ ଆକାଶରେ କ୍ରୁଜ୍ କ୍ଷେପଣାସ୍ତ୍ର। ହେଲିକପ୍ଟର ଛାଡ଼ିବା ପରେ ଏହି କ୍ଷେପଣାସ୍ତ୍ର ୩୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ସର୍ବୋତ୍ତମ ସଠିକତାର ସହ ଧ୍ୱଂସ କରିଦେଇଥିଲା। ଉତକ୍ଷେପଣ ପରେ ହେଲିକପ୍ଟର ପାଇଲଟଙ୍କ ପାଖରେ କ୍ଷେପଣାସ୍ତ୍ରକୁ ମାର୍ଗଦର୍ଶନ କରିବା ପାଇଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଥିଲା। ଇରାନ ଦୁଇ ଦିନ ହେବ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି ।