Onn 3

ବସ୍‌ ଡିପୋରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୦ରୁ ଅଧିକ ଗାଡ଼ି

National & International

 

nia

ଆଖି ପିଛୁଳାକେ ବସ୍‌ ଡିପୋରେ ଲାଗିଲା ନିଆଁ। ଆଉ ଚାହୁଁ ଚାହୁଁ ଛାରଖାର ହୋଇଗଲା ଏକାଧିକ ବସ୍ । ଦେଖୁ ଦେଖୁ ବସ୍‌ଗୁଡ଼ିକ ପାଉଁଶରେ ପରିଣତ ହୋଇଗଲା। ଏପରି ଏକ ଭୟାବହ ଅଗ୍ନିକାଣ୍ଡ ବେଙ୍ଗାଲୁରରେ ଘଟିଛି।

ବେଙ୍ଗାଲୁରର ବୀରଭଦ୍ରନଗର ବସ୍ ଡିପୋରେ ଆଜି ହଠାତ୍‌ ନିଆଁ ଲାଗି ଯାଇଛି । ଫଳରେ ଘଟଣାସ୍ଥଳରେ ହୁତ୍ ହୁତ୍ ହେଇ ଜଳୁଛି ଏକାଧିକ ବସ୍ । ଏହି ଅଘଟଣରେ ଡିପୋରେ ପ୍ରାୟ ୧୦ଟି ବସ୍‌ ଥିବା ବେଳେ ସବୁ ଜଳି ଯାଇଥିବା ଜଣାଯାଇଛି।

ନିଆଁର ପ୍ରଭାବ ଏତେ ଅଧିକ ଯେ ଦୂର ଦୂର ଯାଏଁ ବ୍ୟାପିବାରେ ଲାଗିଛି ନିଆଁ ଓ ଧୂଆଁ । ପରିସ୍ଥିତି ଏମିତି ହୋଇଛି କି ଦୂର ଦୂର ଯାଏଁ ଏହାର ପ୍ରଭାବ ଅନୂଭବ ହୋଇଛିା ଏତେ ବଡ଼ ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ୫ରୁ ଅଧିକ ଅଗ୍ନିଶମ ବାହିନୀ ଗାଡ଼ି ନିୟୋଜିତ ହୋଇଛନ୍ତି।