Onn 3

ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ୪ ଜଣ ଗିରଫ

Crime State

 

eer

ଭୁବନେଶ୍ବର : ଥମୁନି ନୀଳ ଜହର କାରବାର  । ଚୋରା ଚାଲାଣ ବେଳେ  ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ  । କୌଣସି  ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପିତାପାଲି-ବାରଙ୍ଗ ରୋଡରେ ଚଢାଉ କରିଥିଲା  । ଫଳରେ ୬୬ କେଜିର ଗଞ୍ଜେଇ ଜବତ କରିବା ସହ ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା ।

ଗିରଫ ଅଭିଯୁକ୍ତ ମାନେ ହେଲେ ଭୀମ ମାଧବ ଦଳାଇ, ଦୁଃଖିଶ୍ୟାମ ଦଳାଇ, ବବଲୁ କୁମାର ଦାସ , ମନୋରଞ୍ଜନ ରାଉତ ଏବଂ କ୍ଷୀରୋଦ କୁମାର ସାହୁ  । ୪ ଜଣଙ୍କୁ ଗିରଫ କରିବା ସହ ୬ଟି ମୋବାଇଲ ଫୋନ୍ ଏବଂ ୩ଟି ୪ ଚକିଆ ଗାଡି ଜବତ କରିଛି ଚନ୍ଦକା ପୋଲିସ ।