Onn 3

୫ମ ଥର ପାଇଁ କ୍ରୁଟ୍‌କୁ ‘ଉତ୍କର୍ଷ ପୁରସ୍କାର’

State

 

ଭୁବନେଶ୍ୱର : ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଏବଂ ଏକ୍ସ୍‌ପୋରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)କୁ ୨୦୨୩ ବର୍ଷ ପାଇଁ ଉତ୍କର୍ଷ ପୁରସ୍କାର ମିଳିବ। ଆସନ୍ତା ୨୯ ତାରିଖରେ କ୍ରୁଟ୍‌ର ଏମ୍‌ଡି ଅରୁଣ ବୋଥ୍ରା ଏହି ପୁରସ୍କାର ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଓଏଚ୍‌ୟୁଏ) ଦ୍ୱାରା ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀର ମାନେକ୍‌ଶା କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶ୍ରେଷ୍ଠ ସହରୀ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରି ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଦିଗରେ କାର୍ଯ୍ୟ କରିବା ତଥା ସହରାଞ୍ଚଳ ପରିବହନର ପରିଚାଳନା କ୍ଷେତ୍ରରେ ଅଧିକ ଦକ୍ଷ ଓ ପ୍ରଭାବଶାଳୀ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ କ୍ରୁଟର ଋଣକୌଶଳ ପାଇଁ ଏହି ସମ୍ମାନ ମିଳିବ।

ପୁରସ୍କାର ସହିତ ପ୍ରଶଂସାପତ୍ରରେ ଭାରତରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ କ୍ରୁଟ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରାଯିବ।
ଇତିମଧ୍ୟରେ କ୍ରୁଟ ରାଜସ୍ବ ସଂଗ୍ରହରେ ସଫଳତା ହାସଲ କରି ସରକାରୀ ସବ୍‌ସିଡି ଉପରେ ନିର୍ଭରଶୀଳତାକୁ ଯଥେଷ୍ଟ ହ୍ରାସ କରିପାରିଛି।

ଦୈନିକ ୨.୫ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ନିରବଚ୍ଛିନ୍ନ ପରିବହନ ସେବା ଯୋଗାଇ ଦିଆଯାଇପାରୁଛି। ତେବେ କ୍ରମାଗତ ପଞ୍ଚମ ବର୍ଷ କ୍ରୁଟକୁ ସମ୍ମାନଜନକ ଅର୍ବାନ ମୋବିଲିଟି ଇଣ୍ଡିଆରେ ‘ଉତ୍କର୍ଷ’ ପୁରସ୍କାର ମିଳିବା ସହରାଞ୍ଚଳ ପରିବହନ କ୍ଷେତ୍ରରେ ଆମର ଉଲ୍ଲେଖୀୟ ସଫଳତାକୁ ଦର୍ଶାଉଛି ବୋଲି କ୍ରୁଟ୍‌ କର୍ତ୍ତୃପକ୍ଷ କହିଛନ୍ତି।