Onn 3

ବିଲାତି ବାଇଗଣ ପରେ ଏବେ ଚିନ୍ତା ବଢ଼ାଇଲାଣି ପିଆଜ; ହୁ ହୁ ବଢ଼ିଚାଲିଛି ଦର

National & International

 

oni

ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଖୁଚୁରା ପିଆଜ ଦର କିଲୋ ପିଛା ହାରାହାରି ୫୭ ପ୍ରତିଶତ ବୃଦ୍ଧି ପାଇ ୪୭ ଟଙ୍କାରେ ପହଞ୍ଚିଛି। ହାଣ୍ଡିଶାଳର ସବୁଠୁ ଦରକାରୀ ପିଆଜର ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଏବେ ହନ୍ତସନ୍ତ ହେଉଛନ୍ତି। ଜାଣିବାକୁ ମିଳିଛି ଯେ ଶୁକ୍ରବାର ଦିନ ଦିଲ୍ଳୀ ବଜାରରେ ପିଆଜ ୯୦ ଟଙ୍କ‌ାରେ ବିକ୍ରି ହୋଇଛି। ଖୁବ୍ ଶୀଘ୍ର ଏହା ୧୦୦ ଟଙ୍କାକୁ ଟପିବ ବୋଲି ରିପୋର୍ଟରୁ ପ୍ରକାଶ ପାଇଛି।
ଆପଣ ଜାଣି ପାରୁଥିବେ ଯେ ପ୍ରତିଦିନ ପିଆଜ ଦର ୧୦-୨୦ ଟଙ୍କା ବୃଦ୍ଧି ପାଉଛି। ଦୋକାନୀମାନଙ୍କ କହିବା କଥା ହେଲା ଦିଲ୍ଳୀରେ ପିଆଜ ଦର ୧୦୦ ଟଙ୍କା ଛୁଇଁବାକୁ ଆଉ ଅଳ୍ପ ବାକି ରହିଲା। ଅଚାନକ ପିଆଜ ଦର ବଢ଼ିବାରୁ ବିକ୍ରିର ପରିମାଣ ହ୍ରାସ ପାଇଛି। ସେହିପରି ବିଲାତି ବାଇଗଣ କଥା କହିବା ତ ଏହା ୫୦ ଟଙ୍କାରେ ପହଞ୍ଚିଛି।
ଏପରିସ୍ଥିତିରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଖୁଚୁରା ବଜାରରେ ବଫର ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ବିକ୍ରି ବୃଦ୍ଧି କରିବାକୁ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ଖାଉଟି ବ୍ୟାପାର ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଶୁକ୍ରବାର ପିଆଜର ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟ କିଲୋ ପିଛା ୪୭ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବ ବର୍ଷର ଏହି ସମୟ ମଧ୍ୟରେ କିଲୋ ପିଛା ୩୦ ଟଙ୍କା ଥିଲା। ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପିଆଜର ଖୁଚୁରା ଦର କିଲୋ ପିଛା ୪୦ ଟଙ୍କା ଥିବା ବେଳେ ଗତବର୍ଷ ଏହି ସମୟରେ ଏହା ୩୦ ଟଙ୍କା ଥିଲା।