Onn 3

ହୀରାନନ୍ଦାନୀଙ୍କୁ ପାସଓ୍ବାର୍ଡ ଦେଇଥିଲେ ବୋଲି ମାନିଲେ ଟିଏମସି ସାଂସଦ ମହୁଆ ମୈତ୍ର

National & International

 

mahua

ନୂଆଦିଲ୍ଲୀ: ବହୁ ଆରୋପ-ପ୍ରତ୍ୟାରୋପ ପରେ ଟିଏମସି ସାଂସଦ ମହୁଆ ମୈତ୍ର ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ବନ୍ଧୁ ତଥା ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ସେ ସଂସଦର ଲଗଇନ୍ ପାସୱାର୍ଡ ଦେଇଥିଲେ। ତେବେ ଏହା ବଦଳରେ ସେ ନଗଦ ଟଙ୍କା କିମ୍ବା ଦାମୀ ଉପହାର ନେଇଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି।
ତୃଣମୂଳ କଂଗ୍ରେସ ସାଂସଦ କହିଛନ୍ତି ଯେ ସେ ଜଣେ ବନ୍ଧୁ ଭାବରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ କେବଳ ସ୍କାର୍ଫ, ଲିପଷ୍ଟିକ୍ ଏବଂ ଆଇସାଡୋ ନେଇଥିଲେ। ଏହା ସହ ସେ ତାଙ୍କ ବଙ୍ଗଳାର ମରାମତି ପାଇଁ ହିରାନନ୍ଦାନୀଙ୍କଠାରୁ ସାହାଯ୍ୟ ମାଗିଥିଲେ ।
ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆନ ଏକ୍ସପ୍ରେସ’କୁ ଦେଇଥିବା ଏକ ସାକ୍ଷାତକାରରେ ମୈତ୍ର କହିଛନ୍ତି, କୌଣସି ସାଂସଦ ନିଜ ପ୍ରଶ୍ନ ପଚାରନ୍ତି ନାହିଁ । ମୁଁ ଦର୍ଶନ ହିରାନନ୍ଦାନୀଙ୍କୁ ଏକ ପାସୱାର୍ଡ ଦେଇଥିଲି ଏବଂ ଯେପରିକି ତାଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ପ୍ରଶ୍ନ ଟାଇପ୍ କରି ଅପଲୋଡ୍ କରିପାରିବେ ।
ମହୁଆ ଆହୁରି କହିଛନ୍ତି ଯେ ପ୍ରଶ୍ନ ଅପଲୋଡ୍ କରିବା ସମୟରେ ଫୋନରେ ଏକ ଓଟିପି ଆସିଥାଏ। ଏଥିପାଇଁ ମୋ ଫୋନ୍ ନମ୍ବର ଦିଆଯାଇଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁନାହିଁ ଯେ ମୋ ଅଜାଣତରେ ଦର୍ଶନ କିମ୍ବା ଅନ୍ୟ କେହି ପ୍ରଶ୍ନ ଅପଲୋଡ୍ କରିପାରିଥାନ୍ତେ।
ଏହା ପୂର୍ବରୁ ଲୋକସଭା ଏଥିକ୍ସ କମିଟି ମହୁଆଙ୍କୁ ଆସନ୍ତା ନଭେମ୍ବର ୨ରେ ହାଜର ହେବାକୁ ସମନ ଜାରି କରିଛି । ପୂର୍ବରୁ ଅକ୍ଟୋବର ୩୧ରେ ହାଜର ହେବାକୁ କୁହାଯାଇଥିବାବେଳେ ଆଉ କିଛିଦିନ ସମୟ ଦେବାକୁ ମହୁଆ ଅନୁରୋଧ କରିଥିଲେ ।