Onn 3

ଜମିହରା ଓ ବିସ୍ଥାପିତଙ୍କ ଦାବି ମାନିନେଲେ ପିପିଏଲ୍ କର୍ତ୍ତୃପକ୍ଷ: ପ୍ରତ୍ୟାହୃତ ହେଲା ଧାରଣା

State

rrq

ପାରାଦୀପ : ଦାବି ମାନିବା ପରେ ପ୍ରତ୍ୟାହୃତ ହେଲା ଧାରଣା । ନିଯୁକ୍ତି ଓ ଠିକା କାମ ଭଳି ବିଭିନ୍ନ ଦାବିକୁ ନେଇ ପିପିଏଲ୍ ସାରା କାରଖାନା ମୁଖ୍ୟ ଫାଟକ ନିକଟରେ କିଛି ଜମିହରା ଓ ବିସ୍ଥାପିତ ଧାରଣାରେ ବସିଥିଲେ । ଦୀର୍ଘ ବର୍ଷ ଧରି କମ୍ପାନୀ ପାଇଁ ଜମି ହରାଇଥିବା ପରିବାର ମାନଙ୍କୁ ଆଜି ପର୍ଯ୍ୟନ୍ତ ନିଯୁକ୍ତି ମିଳି ନଥିବା ଅଭିଯୋଗ ଆଣିଥିଲେ ଆନ୍ଦୋଳନକାରୀ । ହେଲେ ପିପିଏଲ୍ କମ୍ପାନୀ ସହିତ ଏକ ତ୍ରିପାକ୍ଷିକ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ଆନ୍ଦୋଳନକାରୀଙ୍କ ସମସ୍ତ ଦାବି କୁ କମ୍ପାନୀ କର୍ତ୍ତୃପକ୍ଷ ମାନିନେଇଥିବା ସ୍ଥାନୀୟ ବିଧାୟକ ସୂଚନା ଦେଇଛନ୍ତି ।