ପୂର୍ବରୁ ହିଁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା। ଏବେ ମୋଦି କ୍ୟାବିନେଟ୍ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛଲା ଭାବେ ଜୁଲାଇ ୧ ତାରିଖରୁ ଲାଗୁ ହେବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର ପ୍ରାୟ ୧ ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ମହଙ୍ଗା ଭତ୍ତା ବଢ଼ିଥିଲା। କେନ୍ଦ୍ର ସରକାର ଏଥିରେ ୪ ପ୍ରତିଶତ ବୃଦ୍ଧି କରିଥିଲେ। ଫଳରେ କର୍ମଚାରୀଙ୍କ ଡିଏ ୪୨ ପ୍ରତିଶତ ବଢ଼ିଥିଲା। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛଲା ଭାବେ ଜାନୁଆରୀ ୧ ତାରିଖ ୨୦୨୩ରୁ ଲାଗୁ ହୋଇଥିଲା। ସେହିପରି ଗତବର୍ଷ ସେପ୍ଟେମ୍ବର ମାସରେ ଦୀପାବଳିର କିଛି ସପ୍ତାହ ପୂର୍ବୀୁ ଏକ୍ସଟ୍ରା ଡିଏ ୪ ପ୍ରତିଶତ ବୃଦ୍ଧି ପାଇଥିଲା।