Onn 3

ମହାରାଷ୍ଟ୍ର ବାଚସ୍ପତିଙ୍କ ପାଇଁ ଶେଷ ସୁଯୋଗ

National & International

n-5-14

ନୂଆଦିଲ୍ଲୀ  : ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଉପରେ ନିଷ୍ପତ୍ତି ପାଇଁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଧାର୍ଯ୍ୟ କରିଥିବା ସମୟକୁ ନେଇ ସୁପ୍ରିମକୋର୍ଟ ସନ୍ତୁଷ୍ଟ ନୁହଁନ୍ତି। ଯଥାଶୀଘ୍ର ଏହି ମାମଲାରେ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ସେ ବ୍ୟକ୍ତିଗତ ଭାବେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ସହ ଦଶହରା ଛୁଟିରେ କଥା ହେବେ।

ବାଚସ୍ପତିଙ୍କୁ ଶିବସେନା ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଶୁଣାଣି ପାଇଁ ପ୍ରକୃତ ସମୟ ସୀମା କହିବା ପାଇଁ ସୁପ୍ରିମକୋର୍ଟ ଶେଷ ସୁଯୋଗ ଦେଇଛନ୍ତି। ଶିବସେନା ବିଧାୟକଙ୍କ ଅଯୋଗ୍ୟତା ସହ ଜଡିତ ବିବାଦ ଉପରେ ଆବେଦନ ଶୁଣାଣି ପାଇଁ କୋର୍ଟ ଅକ୍ଟୋବର ୩୦ ତାରିଖ ସ୍ଥିର କରିଛନ୍ତି।

ଏହାପୂର୍ବରୁ ସୁପ୍ରିମକୋର୍ଟ ଶିବସେନାର ଉଦ୍ଧବ ଠାକରେ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟିର ଶରଦ ପାୱାରଙ୍କ ପିଟିଶନର ଶୁଣାଣି କରିଥିଲେ। କୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଥିଲେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା ନ କରିବାକୁ ପରାମର୍ଶ ଦେବାକୁ ପଡ଼ିବ। ସେମାନେ ଏପରି କୋର୍ଟର ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ ।

କୋର୍ଟ ଏହା ମଧ୍ୟ କହିଛନ୍ତି ଗତ ଥର ଆମେ ଭାବିଥିଲୁ ଉତ୍ତମ ସମନ୍ବୟ ହେବ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶୁଣାଣି ବିଳମ୍ବ କରିବା ଉଚିତ ନୁହେଁ। ସେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଉଛନ୍ତି ବୋଲି ସ୍ପିକର ଭାବିବା ଉଚିତ। ଜୁନ ମାସରୁ ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଶୁଣାଣି ହେବାବେଳେ ସେମାନେ କିଛି ବାହାନା କରିବା ଉଚିତ ନୁହେଁ।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯଦି ନିର୍ଦ୍ଧାରିତ ସମୟରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଏକ ଯୁକ୍ତିଯୁକ୍ତ ସମୟସୀମା ଗ୍ରହଣ ନ ହୁଏ, ତେବେ କୋର୍ଟଙ୍କ ଆଦେଶ ପାଳନ କରାଯାଉ ନ ଥିବାରୁ ଏହା ଏକ ବାଧ୍ୟତାମୂଳକ ନିର୍ଦ୍ଦେଶ ପ୍ରଦାନ କରାଯିବ। ଆସନ୍ତା ନିର୍ବାଚନ ପୂର୍ବରୁ ଅନ୍ତତଃପକ୍ଷେ ବିଧାୟକଙ୍କ ଅଯୋଗ୍ୟତା ଉପରେ ବାଚସ୍ପତି ନିଷ୍ପତ୍ତି ନେବା ଉଚିତ ବୋଲି କୋର୍ଟ କହିଛନ୍ତି।