Onn 3

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

Crime State

 

ps

କେନ୍ଦୁଝର : କ୍ରାଇମବ୍ରାଞ୍ଚ STF କବ୍ଜାରେ ବ୍ରାଉନସୁଗର ବେପାରୀ । ମୟୁରଭଞ୍ଜରୁ ବ୍ରାଉନସୁଗାର ଆଣି କେନ୍ଦୁଝରକୁ ଫେରୁଥିଲା ବ୍ରାଉନସୁଗାର ବେପାରୀ ଦେବାନନ୍ଦ ସାମଲ । ସିଲୁଆଁ ଛକ ନିକଟରେ ମାଡ଼ି ବସିଲା STF । ଦେବାନନ୍ଦ ଆନନ୍ଦପୁର ଅଞ୍ଚଳର । ତା’ ନିକଟରକୁ ୫୨୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ।

ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଏହା ସହ ମାରୁତି ଅଲ୍ଟୋ କାର୍ , ମୋବାଇଲ ଫୋନ ଓ କିଛି ଟଙ୍କା ମଧ୍ୟ ଜବତ ହୋଇଛି । ବିଶେଷ ସୁତ୍ରରୁ ଖବର ପାଇ ଚଢଉ କରିଥିଲା STF। ଏହି ବ୍ରାଉନସୁଗାର କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି , ସେନେଇ ଛାନବିନ ଜାରି ରଖିଛି ଏସ୍ଟିଏଫ୍ ।