ସୂଚନାଯୋଗ୍ୟ, ସମରେନ୍ଦ୍ର ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ସଂପ୍ରତି ସମରେନ୍ଦ୍ର ଏଆଇସିସି ସଦସ୍ୟ ମଧ୍ୟ ଅଛନ୍ତି। ଗତକାଲି (ଶନିବାର) କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସମରେନ୍ଦ୍ର ମଧ୍ୟ ସେ କେବଳ କଂଗ୍ରେସ ଦଳରୁ ହିଁ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଛଲି ସ୍ପଷ୍ଟ କରିଥିଲେ।
ଅନ୍ୟପକ୍ଷରେ ବିଧାୟକ ଶ୍ରୀ ମିଶ୍ର ତାଙ୍କର ସ୍ବାସ୍ଥ୍ୟଗତ କାରଣରୁ ଯଦିଓ ର୍ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି ତେବେ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି। ଆଜି କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ପଦଯାତ୍ରା କାର୍ଯ୍ୟକ୍ରମରେ ସମରେନ୍ଦ୍ରଙ୍କୁ ଦେଖିବାକୁ ମିଳିଥିଲା। ସେ ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ ଘରକୁ ଘର ବୁଲି ଜନସାଧାରଣଙ୍କ ସହିତ ସାକ୍ଷାତ ଆଲୋଚନା କରିବା ସହିତ କଂଗ୍ରେସ କର୍ମୀମାନଙ୍କୁ ମଧ୍ୟ ମିଶିଥିବା ଦେଖା ଯାଇଥିଲା।