Onn 3

କଟକର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲାରେ ସମସ୍ତ ବିଭାଗକୁ କଡ଼ା ତାଗିଦ କଲେ ହାଇକୋର୍ଟ

State

 

hc

କଟକ: ହାଇକୋର୍ଟରେ କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲାରେ ବିଭିନ୍ନ ବିଭାଗର ୯ ଜଣ ପଦାଧିକାରୀ ଆଜି ହାଜର ହୋଇଥିଲେ। ସିଏମସି ସିଟିଇଂଜିନିୟର ,ଗେଲ ପ୍ରବନ୍ଧକ, ୱାଟକୋ ପ୍ରବନ୍ଧକ,ଆରଆଣ୍ଡବି ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୯ ଜଣ ଅଧିକାରୀ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ହାଜର ହୋଇଥିଲେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀ ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଏହି ମାମଲାର ଶୁଣାଣି କରି ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ବିଭାଗକୁ କଡ଼ା ତାଗିଦ ମଧ୍ୟ କରିଛନ୍ତି।

ଆସନ୍ତା ୨୭ ତାରିଖ ସୁଦ୍ଧା ସହରର ରାସ୍ତା ଗୁଡିକର ମରାମତି କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏନେଇ ଆସନ୍ତା ଶୁଣାଣି ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ନଭେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।ସେହିପରି ଆସନ୍ତା ମାର୍ଚ୍ଚ ୨୦୨୪ ସୁଦ୍ଧା ସହରରେ ଚାଲିଥିବା ବକ୍ସଡ୍ରେନ କାର୍ଯ୍ୟ ଶେଷ କରାଯିବ ବୋଲି ଆମିକସକ୍ୟୁରୀ କୋର୍ଟଙ୍କୁ ଅବଗତ କରାଇଛନ୍ତି।ସେହିପରି ଯାଇକା ପ୍ରକଳ୍ପ ଯୋଗୁଁ ମୃତୁବରଣ କରିଥିବା ବ୍ୟକ୍ତିଙ୍କୁ ଆସନ୍ତା ଶୁଣାଣି ସୁଦ୍ଧା କ୍ଷତିପୂରଣ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।