ପାଞ୍ଚଟି ସ୍ଥାନକୁ ଟାର୍ଗେଟ କରି ଏୟାର୍ ଷ୍ଟାଇକ୍ କରିଥିବା ଇସ୍ରାଏଲର ଆକ୍ରମଣରେ ବିଦେଶ ନାଗରିକଙ୍କ ସମେତ ୧୩ ଜଣ ବନ୍ଧକଙ୍କ ମୃତ୍ୟୁ ଘଟିଛି ବୋଲି ଏଜ୍ଜେଦାଇନ୍ ଅଲ-କ୍ୱାସମ ବ୍ରିଗେଡ୍ ଏକ ବିବୃତ୍ତିରେ କହିଛି। ଏଜ୍ଜେଦାଇନ୍ ଅଲ-କ୍ୱାସମ ବ୍ରିଗେଡ୍ ହେଉଛି ପାଲେଷ୍ଟାଇନ ହମାସ ଆତଙ୍କବାଦୀ ସଂଗଠନର ଏକ ଶାଖା।
ଏହି ଶାଖା ଗତ ସପ୍ତାହରେ ଚେତାବନୀ ଦେଇ କହିଥିଲା, ଯଦି ଇସ୍ରାଏଲ ବିନା ସତର୍କ ସୂଚନାରେ ଆମ ସଦସ୍ୟଙ୍କ ଉପରେ ଟାର୍ଗେଟ କରେ, ତେବେ ଜଣେ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ସେପଟେ, ଅବରୋଧିତ ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ଆଖିବୁଜା ଏୟାର୍ ଏବଂ ଆର୍ଟିଲିରି ଷ୍ଟ୍ରାଇକ୍ ଜାରି ରଖିଛି। ଏଥିରେ ୧,୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ମୃତକଙ୍କ ମଧ୍ୟରେ ଅତି କମରେ ୫୦୦ ଛୋଟ ପିଲା ଥିବା ହାମାସ ମିଡିଆ କାର୍ଯ୍ୟାଳୟ ସ୍ପଷ୍ଟ କରିଛି।
ଗତ ଶନିବାର ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏଥିରେ ଇସ୍ରାଏଲର ଶତାଧିକ ସାଧାରଣ ନାଗରିକ ଏବଂ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ କରି ହମାସ ମଧ୍ୟ ୧୫୦ ଜଣ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀଙ୍କୁ ବନ୍ଧକ ରଖିଥିବା ଇସ୍ରାଏଲ କହିଥିଲା। ବର୍ତ୍ତମାନ ସେହି ବନ୍ଧକଙ୍କ ମଧୟରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଦାବି କରିଛି ହମାସ।