Defult onn2

ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ନିର୍ଦେଶ ଦିଆଯାଇ ନାହିଁ: ରାଜ୍ୟ ନୋଡାଲ ଅଫିସର

State

eggs-in-the-mid-day-meal.

ଭୁବନେଶ୍ବର: ଏପର୍ଯ୍ୟନ୍ତ ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ନିର୍ଦେଶ ନାହିଁ ବୋଲି ରାଜ୍ୟ ନୋଡାଲ ଅଫିସର,ପିଏମ ପୋଷଣ(ମଧ୍ୟାନ୍ନ ଭୋଜନ)
ରଘୁରାମ ଆର. ଆୟର କହିଛନ୍ତି। ସେ କହିଛନ୍ତି, ବିଦ୍ୟାଳୟରେ ସପ୍ତାହକୁ ଦୁଇ ଥର ଅଣ୍ଡା ଦିଆଯାଉଛି। ବର୍ଷକୁ ଥରେ ଦର ପରିବର୍ତ୍ତନ ଲାଗି ଗାଇଡଲାଇନ ପ୍ରସ୍ତୁତ କରେ କେନ୍ଦ୍ର, ଆଗକୁ ଗାଇଡଲାଇନ ପରିବର୍ତ୍ତନ ହେବ। ଯଦି କୌଣସି ବିଦ୍ୟାଳୟରେ ଅଣ୍ଡା ଦିଆଯାଉ ନଥିବା ଭଳି କିଛି ଅଭିଯୋଗ ଆସେ, ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ।
ସେ ଆହୁରି କହିଛନ୍ତି, ପ୍ରାଥମିକ ବିଦ୍ୟାଳୟରେ ପିଲା ପିଛା ୫.୯୦ ଟଙ୍କା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲା ପିଛା ୮.୮୨ ଟଙ୍କା ଖର୍ଚ୍ଚ ହେଉଛି। ଏଯାଏ କୌଣସି ସ୍କୁଲରେ ଅଣ୍ଡା ଦିଆ ନଯିବା ଘଟଣା ନଜରକୁ ଆସିନି। ଏବେ ଯଦି କୌଣସି ସ୍ଥାନରେ ଅଣ୍ଡା ଦିଆଯାଉ ନଥିବା ଭଳି କିଛି ଅଭିଯୋଗ ଆସେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ତଦନ୍ତ ପାଇଁନିର୍ଦ୍ଦେଶ ଦିଆଯିବ।