Onn 3

କୂଅରେ ପଡ଼ି ଯାଇଥିବା ବିରାଡିକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ; ୨ ଗୁରୁତର

State

 

bir

ଭୁବନେଶ୍ୱର: କୂଅରେ ପଡିଯାଇଥିଲା ବିରାଡି । ବିରାଡିକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇ ପଡିଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମିତି ଘଟଣା ଘଟିଛି ବୁଧବାର ପଟିଆ ରେଲୱେ ଷ୍ଟେସନ ନିକଟରେ ।

ମିଳିଥିବା ସୂଚନା ଅନୁସାରେ,  ପଟିଆ ରେଲୱେ ଷ୍ଟେସନ ନିକଟରେ ଥିବା କୂଅରେ ପଡି ଯାଇଥିଲା ଏକ ବିରାଡି । ବିରାଡିକୁ ଉଦ୍ଧାର କରିବା ପାଇଁ ୩ ଜଣ ବ୍ୟକ୍ତି କୂଅ ଭିତରେ ପଶିଥିଲେ । ହେଲେ ବିରାଡିକୁ ପାଣିରୁ ଉଦ୍ଧାର କରିବା ପରେ ତିନିଜଣ ଆଉ ବାହାରି ପାରି ନ ଥିଲେ ।

ଅଗ୍ନିଶବ ବାହିନୀଙ୍କୁ ଖବର ଦିଆ ଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ କୂଅ ଭିତରେ ପଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲଳେ । ତିନିଜଣଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ତାଙ୍କର ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ଘଟିଥିବା ଜଣାଯାଇଛି । ଅନ୍ୟ ଦୁଇଜଣ ସୁସ୍ଥ ଥିବା ଜଣାଯାଇଛି ।