Onn 3

୧୨ରେ ବଣ୍ଡା ଘାଟିରୁ ଆରମ୍ଭ ହେବ ‘ଲକ୍ଷ୍ମୀ’ ପରିବହନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

State

 

lax

୧୨ରେ ବଣ୍ଡା ଘାଟିରୁ ଆରମ୍ଭ ହେବ ପରିବହନର ସ୍ବର୍ଣ୍ଣିମ ଅଧ୍ଯାୟ। ‘ଲକ୍ଷ୍ମୀ’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୧୨ ତାରିଖରେ ମାଲକାନଗିରି ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ । ମାଲକାନଗିରି ଗସ୍ତରେ ଯାଇ ଲକ୍ଷ୍ମୀ ଯୋଜନାର ଶୁଭ ଉଦ୍ ଘାଟନ କରିବେ। ମାଲକାନଗିରିରୁ ଯୋଜନାର ଶୁଭାରମ୍ଭ ପରେ ସାରା ରାଜ୍ୟରେ ଲୋକଙ୍କ ଯାତାୟାତ ପାଇଁ ପର୍ଯ୍ୟାୟ କ୍ରମେ ୧ହଜାରରୁ ଅଧିକ ବସ୍ ନିୟୋଜିତ ହେବ।

ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ୩ହଜାର ୧୭୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ସରକାର ଲକ୍ଷ୍ମୀ ଯୋଜନା ପାଇଁ ୩ହଜାର ୧୭୮ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହି ପାଣ୍ଠି ମଞ୍ଜୁର କରାଯାଇଛି। ପ୍ରଦର୍ଶନ ଆଧାରରେ ଆଗକୁ ଆଉ ଦୁଇ ବର୍ଷ ପାଇଁ ପାଣ୍ଠି ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି।

ପ୍ରଥମ ପର୍ଯ୍ୟାୟରେ ୩୬ଟି ବସ୍ ମାଲକାନଗିରିରେ ପହଞ୍ଚିଛି। ଏହି ଯୋଜନା ଅଧିନରେ ୧ହଜାରରୁ ଅଧିକ ବସ୍ ନିୟୋଜିତ କରାଯିବ। ଲକ୍ଷ୍ମୀ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟ କିମ୍ବା ପ୍ରମୁଖ ସହର ମଧ୍ୟରେ ଯୋଗାଯୋଗର ସୁବିଧା ଉପଲବ୍ଧ କରାଯିବ। ରାଜଧାନୀ ସହ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତକୁ ବସ୍ ଚଳାଚଳ ଆରମ୍ଭ ଲକ୍ଷ୍ୟରେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ଲୋକେସନ୍ ଆକ୍ସେସିବଲ୍ ମଲ୍ଟିମୋଡାଲ ଇନିସିଏଟିଭ୍ ( ଲକ୍ଷ୍ମୀ) ଯୋଜନା କାର୍ଯ୍ୟକାରୀ କରିଛନ୍ତି।