Onn 3

ଲାଲୁ ଓ ରାବିଡି ବିହାରକୁ ଦିଗହୀନ କରିଦେଇଛନ୍ତି: ପ୍ରଶାନ୍ତ କିଶୋର

National & International

 

pras

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ଓ ଲାଲୁ ପ୍ରସାଦ ଯାଦବ ବିହାରକୁ ଦିଶାହୀନ କରିଦେଇଛନ୍ତି | କିଛି ଏଭଳି କହି ଆଜି ଆରଜେଡିକୁ ଜୋରଦାର ଟାର୍ଗେଟ କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର | ପ୍ରଶାନ୍ତ କିଶୋର ଲାଲୁ, ରାବିଡି ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ କଟାକ୍ଷ କରିଛନ୍ତି | ଆଜି ପି.କେ କହିଛନ୍ତି ଯେ ଯଦି ତେଜସ୍ୱୀ ଯାଦବଙ୍କ ପରି ନେତାମାନେ ଦେଶକୁ ଏକ ନୂତନ ଦିଗ ଦେବା ଆରମ୍ଭ କରନ୍ତି, ତେବେ ଦେଶର କୌଣସି ଭଲ ହେବ ନାହିଁ। ଏହା ସତ୍ତ୍ୱେ ତେଜସ୍ୱୀ ଯାଦବଙ୍କୁ ମୋର ଶୁଭେଚ୍ଛା | ତେଜସ୍ୱୀଙ୍କ ପିତାମାତା ବିହାରର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ତେଜସ୍ୱୀ ନିଜେ ଉପମୁଖ୍ୟମନ୍ତ୍ରୀ, ସେମାନେ ବିହାରକୁ ଦିଶାହୀନ କରିଦେଇଥିଲେ । ଯଦି ବିହାରର ଲୋକମାନେ ତେଜସ୍ୱୀଙ୍କୁ ଦାୟିତ୍ୱ ଦେଇଛନ୍ତି, ତେବେ ସେ ଅନ୍ତତ ପକ୍ଷେ ଯେଉଁ ବିଭାଗର ଦାୟିତ୍ୱ ନେଇଛନ୍ତି ତାହାକୁ ଠିକ ଦିଗରେ ନିଅନ୍ତୁ | ବିହାରର ଡାକ୍ତରଖାନାର ସ୍ଥିତିକୁ ସୁଦୃଢ କରନ୍ତୁ, ବିହାରରେ ରାସ୍ତାର ସ୍ଥିତିକୁ ସୁଦୃଢ କରନ୍ତୁ।
ପ୍ରଶାନ୍ତ କିଶୋର କହିଛନ୍ତି ଯେ ବିହାରରେ ଗ୍ରାମ୍ୟ ବ୍ୟାପାର ବିଭାଗ ଅଧୀନରେ ଆସୁଥିବା ଡ୍ରେନ୍ ଏବଂ ରାସ୍ତାର ଅବସ୍ଥା ସୁଧାରିବା ଉଚିତ୍। ତେଜସ୍ୱୀ ଯାଦବଙ୍କୁ ଆକ୍ରମଣ କରି ପି.କେ କହିଛନ୍ତି ଯେ ଉପ ମୁଖ୍ୟମନ୍ତ୍ରୀ ଭାଷା କିମ୍ବା ବିଷୟ ଜାଣି ନାହାଁନ୍ତି, କିନ୍ତୁ ଯଦି ତାଙ୍କୁ କୌଣସି ବୟାନ ଦେବାକୁ କୁହାଯିବ , ତେବେ ସେ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ଉପରେ କହିବେ । ବିହାରର ଗରିବ ପିଲାମାନଙ୍କର ପୋଷାକ ନାହିଁ, ଖାଇବାକୁ ଖାଦ୍ୟ ନାହିଁ, ଚାକିରୀ ନାହିଁ କିନ୍ତୁ ସେ(ତେଜସ୍ୱୀ) ଗାଜାରେ କଣ ଘଟୁଛି ସେ ବିଷୟରେ ମନ୍ତବ୍ୟ ଦେଉଛନ୍ତି।