Onn 3

ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ପାଞ୍ଚଦିବସୀୟ ତାଲିମ ଶିବିର ଉଦ୍ଘାଟିତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ସ୍ଥାନୀୟ ଲାଲ ବଜାର ପ୍ରାଥମିକ ବିଦ୍ୟାଳୟ ଠାରେ ପାଞ୍ଚଦିବାସୀୟ ଆବାସିକ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଅଛି । ଉକ୍ତ କାର‌୍ୟ୍ୟ କ୍ରମକୁ ଜିଲ୍ଲା ଅତିରିକ୍ତ ଶିକ୍ଷାଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି ମହୋଦୟ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଅଭିଭାବକ ମାନଙ୍କ ନିଷ୍ଟାପର କର୍ତ୍ତବ୍ୟ ଉପରେ ପିଲାମାନଙ୍କର ଭବିଷ୍ୟତ ନିର୍ଭର କରିଥାଏ । ଏଣୁ ପିଲାନଙ୍କ ଭବିଷ୍ୟତ ଉଜ୍ବଳ ପାଇଁ ନିରନ୍ତର ଚେଷ୍ଟା କରିବା ଉଚିତ । ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ୨୬ ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଓ ସେମାନଙ୍କର ଅଭିଭାବକ ଏହି ପାଞ୍ଚଦିବାସୀୟ ଆବାସିକ ତାଲିମ ଶିବିରରେ ଯୋଗ ଦେଇଛନ୍ତି । ଏହି ତାଲିମ ଶିବିରରେ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଓ ଅବିଭାବକ ମାନଙ୍କ ବୌଧିକ, ମାନସିକ, ଶାରୀରିକ ଓ ବିଭିନ୍ନ ଦକ୍ଷତା ବିକାଶ ଉପରେ ତାଲିମ ପ୍ରଦାନ କରାଯାଉଅଛି ।

ସେହିପରି ବାକଶକ୍ତି ବାଧିତ ଛାତ୍ର ଛାତ୍ରୀ ମାନେ କିପରି ଭାଷା ମାଧ୍ୟମରେ କଥା କହିପାରିବେ ଓ ସାଙ୍କେତିକ ଭାଷା ଶିକ୍ଷା ଉପରେ ଗୁରୁତ୍ଵ ଦିଆ ଯାଉଛି ଅଛି । ଏହି ତାଲିମ ଶିବିର ଟି ୦୬.୧୦.୨୦୨୩ ଋଖ ଠାରୁ ଆରମ୍ଭ ହୋଇ ୨୦.୧୦.୨୦୨୩ ଋଖ ପର‌୍ୟ୍ୟନ୍ତ ତିନି ଗୋଟି ପରଜାୟରେ ଚାଲୁ ରହିବ । ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ସାଧନ କର୍ମୀ ବାରିପଦାର ଶ୍ରୀମତୀ ରେଖାରଣୀ ଦାସ, ତିରିଙ୍ଗିର ଶ୍ରୀ କିଶୋର କୁମାର ସାହୁ ଓ ଉଦଳାର ଶ୍ରୀ କମଲା କାନ୍ତ ସାରଙ୍କ ଦ୍ଵାରା ତାଲିମ ପ୍ରଦାନ କରାଯାଉ ଅଛି । ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ଶ୍ରୀ ନିରଞ୍ଜନ ନାୟକ ଙ୍କ ତତ୍ବାବଧାନରେ ଶିବିରଟି ପରିଚାଳିତ ହେଉଅଛି ।