Onn 3

ଆମେ ଇସ୍ରାଏଲ ସହିତ ଛିଡ଼ା ହୋଇଛୁ: ମୋଦି

National & International

pm modi

ନୂଆଦିଲ୍ଲୀ,୭।୧୦ : ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ହୋଇଥିବା ବିପଜ୍ଜନକ ଆକ୍ରମଣ ପରେ ବର୍ତ୍ତମାନ ଇସ୍ରାଏଲ ବାୟୁସେନା ମଧ୍ୟ ଆତଙ୍କବାଦୀଙ୍କୁ ଉଚିତ ଉତ୍ତର ଦେବା ଆରମ୍ଭ କରିଛି। ଏହି ସମୟରେ ଭାରତ ମଧ୍ୟ ନିଜର ବନ୍ଧୁତ୍ୱପୂର୍ଣ୍ଣ ଦେଶ ପାଇଁ ଏକ ବିବୃତ୍ତି ଜାରି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରୁ ଟୁଇଟ କରି ଇସ୍ରାଏଲ ପ୍ରତି ସମର୍ଥନ ଜଣାଇଛନ୍ତି।

ସେ ଲେଖିଛନ୍ତି, ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ଖବର ଶୁଣି ମୁଁ ର୍ମମାହତ ହୋଇଯାଇଛି। ଆମର ଚିନ୍ତାଧାରା ଏବଂ ପ୍ରାର୍ଥନା ନିରୀହ ପୀଡିତ ଏବଂ ସେମାନଙ୍କ ପରିବାର ସହିତ ଅଛି। ଏହି କଠିନ ସମୟରେ ଆମେ ଇସ୍ରାଏଲ ସହିତ ଛିଡ଼ା ହୋଇଛୁ।