Onn 3

ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ

State

 

padh

ଭୁବନେଶ୍ଵର: ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ  ଥମିବାର ନା ନେଉନାହିଁ । ପ୍ରତିଦିନ ନୂଆ ନୂଆ ରୋଗୀ ଚିହ୍ନଟ  ହେଉଛନ୍ତି । ସମ୍ବଲପୁର, କେନ୍ଦୁଝର, ବରଗଡ଼, ପୁରୀ ଓ  କେନ୍ଦ୍ରାପଡ଼ାରେ ଅଧିକ ସ୍କ୍ରବ୍‌ ଟାଇଫସ୍‌ ସଂକ୍ରମିତଙ୍କ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟରେ ଭୟ ବଢ଼ି ଚାଲିଥିବା ବେଳେ ଏବେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି କୃଷି ସଚିବ । କୃଷି ସଚିବ ଅରବିନ୍ଦ ପାଢୀଙ୍କୁ ସ୍କ୍ରବ୍ ଟାଇଫସ୍ । ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ସ୍କ୍ରବ୍‌ ଟାଇଫସ୍‌ ଆରମ୍ଭ ହେବାର ପ୍ରଥମରୁ ଲକ୍ଷଣ ଜାଣିବା ପରେ ସେ ନିଜର ପରୀକ୍ଷଣ କରିନେଇଥିଲେ । କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷାରୁ ସେ ସ୍କ୍ରବ୍ ଟାଇଫସ୍ ରେ ଆକ୍ରାନ୍ତ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ଆକ୍ରାନ୍ତ ପରେ ଘରେ ରହି ଚିକିତ୍ସିତ ହେଉଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ନେଇ ସୂଚନା ମିଳିଛି । ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ  ବର୍ଷ ବର୍ତ୍ତମାନ ସୁଦ୍ଧା ୨୨ ହଜାର ୭୭ ଜଣଙ୍କ ସ୍କ୍ରବ୍‌ ଟାଇଫସ୍‌  ଟେଷ୍ଟ ହୋଇଛି । ସେମାନଙ୍କ ଭିତରୁ ୨ହଜାର ୮୨୦ ପଜିଟିଭ  ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରୀୟ ଟିମ୍‌ ନିକଟରେ  ରାଜ୍ୟ ସ୍କ୍ରବ୍‌ ଟାଇଫସ ନେଇ ତଥ୍ୟ ରଖିଛି ।