Onn 3

ନଗରୀ ଗ୍ରାମ ପଞ୍ଚାୟତରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

State

କଟକ : ବାରଙ୍ଗ ବ୍ଲକ ଅନ୍ତର୍ଗତ ନଗରୀ ଗ୍ରାମପଞ୍ଚାୟତ ଅରିଲୋ ଗ୍ରାମ ର ମା ଜାଗୁଳାଇ ମନ୍ଦିର ପୀଠ ସ୍ଥଳରେ ସ୍ଵଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ନଗରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନରୋତ୍ତମ ଦାସ, ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ମଲ୍ଲିକ,ପି ଇ ଓ ବବୁଲ ବାହାନ କାନୁନଗୋ, ଜି ଆର୍ ଏସ୍ ଆଶିଷ କୁମାର ମହାପାତ୍ର, ସାମାଜ ସେବି ନଳିନୀକାନ୍ତ ପଟ୍ଟନାୟକ, ଗ୍ରାମର ୱାର୍ଡ ସଭ୍ଯ ଓ ସଭ୍ୟା, ଏ ଏନ୍ ଏମ୍ ,ସି ଆର୍ ପି, ଆସା,ଏସ୍ ଏସ୍ ଜୀ ,ଗ୍ରୁପ ର ମହିଳା ମାନେ ଏକାଠି ହୋଇ ମାନବ ସମାଜର ସ୍ୱାସ୍ଥ୍ୟ ସୁନ୍ଦର ଜୀବନ ପାଇଁ ସ୍ୱଚ୍ଛତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଆଲୋଚନା ହୋଇଥିଲା |

ମା ଜାଗୁଳାଇ ମନ୍ଦିର ନିକଟରୁ ରାସ୍ତା ସଫେଇ କାର୍ଯ୍ୟ ଆରମ୍ଭ ହୋଇ ଗ୍ରାମର ମଝିରେ ଥିବା ଶ୍ରୀ ଶ୍ରୀ ଯୁଗଳକିଶୋର ଦେବଙ୍କ ମନ୍ଦିର ନିକଟରେ ଶେଷ କରାଯାଇ ଥିଲା |

(କଟକ ସଦରରୁ ବୁଲୁ ପାତ୍ରଙ୍କ ରିପୋର୍ଟ)