Onn 3

ତିନି ମହଲା କୋଠାରେ ଲାଗିଗଲା ନିଆଁ, କାରଣ ଅସ୍ପଷ୍ଟ

State

zzzzz

କଟକ: କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ। ପଢିଆରି ପାଠାଗାର ସାମ୍ନାରେ ଥିବା ତିନି ମହଲା କୋଠାରେ ନିଆଁ ଲାଗିଗଲା | ହୁତୁହୁତୁ ହୋଇ ଜଳିଗଲା ଲୁଗା ଦୋକାନ। ପାଖରେ ଥିବା ଅନ୍ୟ ଦୋକାନକୁ ନିଆଁ ବ୍ୟାପି ନଥିବା ଜଣାଯାଇଛି।
ତେବେ ସର୍ବଶେଷ ସମ୍ବାଦ ଅନୁସାରେ ଚାରି ଘଣ୍ଟା ପରେ ଚୌଧୁରୀ ବଜାରର ଲୁଗା ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇପାରିଛି। ଏବେ ବିପଦ ସଂପୂର୍ଣ୍ଣ ଟଳିଯାଇଛି। ଏନେଇ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ଏବେ ବି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୦ଟି ଟିମ୍ ନିଆଁ ଲିଭାଇବା ଲାଗି ଅକ୍ଳାନ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏଯାଏ ବହୁ ଲୁଗା ଓ ଅନ୍ୟାନ୍ୟ ଆସବାବପତ୍ର ଜଳିପୋଡ଼ି ଯାଇଥିବା ଜଣାଯାଇଛି। ନିଆଁ ଲାଗିଥିବା ଦୋକାନର ପାଖାପାଖି ଅନ୍ୟ କୌଣସି ଦୋକାନକୁ ନିଆଁ ବ୍ୟାପିନାହିଁ। ଏଣେ ଘଟଣାସ୍ଥଳରେ ଜିଲ୍ଲାପାଳ ବି ପହଞ୍ଚି ନିଆଁ ଲିଭା କାମର ତଦାରଖ କରିଥିଲେ। ଜିଲ୍ଲାପାଳ କହିଛନ୍ତି, ଏଘଟଣା ପରେ ସ୍ଥାନୀୟ ଦୋକାନୀଙ୍କୁ ସଚେତନ କରାଯିବ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସକାଳେ ସାଲାସାର ଲୁଗା ଦୋକାନ ପାଖରେ ଥିବା ଏକ ଛୋଟ ଦୋକାନରେ ନିଆଁ ଲାଗିଥିଲା। ସେଠାରୁ ଧୂଆଁ ବାହାରିଥିଲା। ତେବେ ପ୍ରବଳ ଧୂଆଁ ବାହାରୁ ଥିବାରୁ ଭିତରକୁ ଯାଇ ନିଆଁ ଲିଭାଇବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ବିଲ୍ଡିଂରେ ଲାଗିଥିବା କାଚକୁ ଭାଙ୍ଗି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ତେଣେ ନିଆଁ ଲାଗି ଅଧପୋଡ଼ା ଲୁଗାକୁ ଅଗ୍ନିଶମ ବାହିନୀ ବାହାର କରିଛନ୍ତି। ତେବେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ଏଣେ ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ଲୁଗା ଓ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଛି।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୩ଟି ଟିମ୍ ପହଞ୍ଚି ନିଆଁ ଲିଭାଇବା ଲାଗି ପ୍ରୟାସ ଜାରି ରଖିଛନ୍ତି। ପୁରା ବିଲ୍ଡିଂ ଉପରକୁ ପାଣିମାଡ଼ କରାଯାଉଛି। କିନ୍ତୁ ଏଯାଏ ନିଆଁକୁ ଆୟତ୍ତ କରାଯାଇପାରିନାହିଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଆଜି ସକାଳ ୮ଟା ବେଳେ ଉକ୍ତ ତିନି ମହଲା କୋଠାରେ ନିଆଁ ଲାିଗିଥିବା ଦେଖି ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।