Onn 3

ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

State

rkj

ଭୁବନେଶ୍ବର: ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଗୁରୁତର ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ଆଣିଥିଲେ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଭିତରକୁ ନଛାଡି ବାରଣ କରିଥିଲେ । ଏନେଇ ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ ।  ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏହା ଭିତରେ ଗୁରୁତର ଆହତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଯଦ୍ୱାରା ଘଟଣାସ୍ଥଳରେ ହସ୍ପିଟାଲର ଗେଟ ତାଲା ପକାଇବା ସହ ଭଙ୍ଗାରୁଜା କରି ଭିତରେ ପଶିବାକୁ ଉଦ୍ୟମ କରିଥିଲେ ।

ସୂଚନାଯୋଗ୍ୟ ନିକଟ ପଣ୍ଡା ପାର୍କ ବସ୍ତିର ଚଞ୍ଚଳ ପ୍ରଧାନ ନାମକ ବ୍ୟକ୍ତି ରବିବାର ରାତିରେ ସମ୍ମୁଖ ରାସ୍ତା ଉପରେ ଏକ ଗାଡି ଧକ୍କାରେ ଗୁରୁତର ଆହତ ହୋଇ ତଳେ ପଡ଼ିଥିଲେ । ଖବର ପାଇ ବସ୍ତି ବାସିନ୍ଦା ଗୁରୁତର ଅବସ୍ଥାରେ ଚଞ୍ଚଳକୁ ହସ୍ପିଟାଲକୁ ଆଣିଥିଲେ । କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ମନା କରିବା ସହ ଭିତରକୁ ଭର୍ତ୍ତି କରିନଥିଲେ ବୋଲି ଅଭିଯୋଗ ହୋଇଛି। ଫଳରେ ଆହତ ଚଞ୍ଚଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏନେଇ ହସ୍ପିଟାଲ୍ ଘେରିବା ସହ ଏମର୍ଜେନ୍ସି ପ୍ରବେଶ ପଥରେ ଥିବା କବାଟରେ ଗାମୁଛା ବାନ୍ଧି ଲୋକେ କ୍ଷତି ପୂରଣ ଦାବି କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ପୁଲିସ ତଦନ୍ତ ଜାରି ରହିଛି।