Onn 3

ନ୍ୟାୟ ସଂଗତ ଦାବୀ ନେଇ ପାଚିକା ସଂଘ ର ଆସନ୍ତା ୨୭ ସେପ୍ଟେମ୍ବର ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା

State

ବାରିପଦା: ସରକାରୀ ବିଦ୍ୟାଳୟରେ ମାଧ୍ୟାନ୍ନ ଭୋଜନ ଯୋଜନା ଭଳି ପାଇଲେଟ ପ୍ରଜେକ୍ଟକୁ ପାଚିକା ସହାୟକ ମାନେ ୬ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଉପସ୍ଥିତ ରହି ସଫଳତାର ସହା କାର୍ଯକାରୀ କରୁଥିଲେ ସୁଦ୍ଧା ସେମାନଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ପ୍ରଦାନ କରାଯାଉନାହିଁ । ଅଧିକନ୍ତୁ ଅନ୍ୟରାଜ୍ୟ ହରିୟାଣାରେ ମାସିକ ୭ ହଜାର ଟଙ୍କା ସହ ୟୁନିପର୍ମ , ତାମିଲନାଡୁରେ ଅର୍ଦ୍ଧ ସରକାରୀ କର୍ମଚାରୀ ମାନ୍ୟତା ସହ ମାସିକ ୧୨. ୫୦୦ ଟଙ୍କା, କେରଳରେ ମାସିକ ୯ ହଜାର ଟଙ୍କା , କନ୍ନାଟକରେ ୨.୫୦୦ ଟଙ୍କା ସହ ଅଣ୍ଡା ଛଡାଇବା ବାବଦକୁ ଅଣ୍ଡା ପ୍ରତି ୩୦ ପଇଷା ବାବଦରେ ଅଧିକ ପାରିଶ୍ରମିକ ଦିଆଯାଉଅଛିା ମାତ୍ର ଦଃୁଖ ଓ ପରିତାପର ବିଷୟ ଆମ ରାଜ୍ୟରେ ପାଚିକା ସହାୟକ ମାନଙ୍କୁ ମାସିକ ମାତ୍ର ୧,୪୦୦ ଟଙ୍କା ଦେଇ ବେଠି ପ୍ରଥାକୁ ସରକାର ପୁର୍ନର୍ଜିବିତ କରିଛନ୍ତି । ତା ସହ ୨୦୦୯ ମସିହା ଡିସେମ୍ବର ମାସ ଠାରୁ ୨୦୧୨ ମସିହା ଏପ୍ରିଲ ପର୍ଯ୍ୟନ୍ତ ୨୮ ମାସର ବର୍ଦ୍ଧିତ ବାକେୟା ପାରିଶ୍ରମିକ କୁ ଉଛ ନ୍ୟାୟାଳୟ ଙ୍କ ନିର୍ଦ୍ଧେସ ସତ୍ତ୍ୱେ ରାଜ୍ୟ ସରକାର ବହୁ ବିଳମ୍ବରେ ପ୍ରଦାନ କରିଥିଲେ ସୁଦ୍ଧା ଅଧିକାଂଶ ପାଚିକା ଏହି ପ୍ରାପ୍ୟରୁ ବାଦ ପଡିଛନ୍ତି । ରାଜ୍ୟରେ ଅନେକ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ହେତୁ ହଜାର ହଜାର ପାଚିକା ସହାୟକମାନେ କାମରୁ ଛଟେଇ ହୋଇଥିବାବେଳେ ସେମାନଙ୍କୁ ଅନ୍ୟତ୍ର ନିଯୁକ୍ତି ଦେଇ ବଞ୍ଚିବାର କୈାଣସି ବିକଳ୍ପ ବ୍ୟବସ୍ଥା ସରକାର କରିବାହାନ୍ତି । ଯଦିଅ ବହୁବାର ସରକାର ଙ୍କ ଆଗରେ ଦାବୀ ସମୂହ ଉପସ୍ଥାପିତ କରାଯାଇଅଛି ।

ଦାବୀଗୁଡି ମଧ୍ୟରେ ପାଚିକା ସହାୟକମାନଙ୍କୁ ସରକାରୀ ମାନ୍ୟତା ସହ ମାସିକ ସର୍ବନି୍‌ନ ୨୬ ହଜାର ଟଙ୍କା ମଜୁରୀ ପ୍ରଦାନ , ସେମାନଙ୍କ ମଧ୍ୟରୁ ମୃତ୍ୟୁ ଓ ଅବସରପ୍ରାପ୍ତ ପାଚିକା ଙ୍କ ଉତ୍ତାଧିକାରୀ ମାନଙ୍କୁ ବାକେୟା ପାରିଶ୍ରମିକ ପ୍ରଦାନ କରିବା , ବିଦ୍ୟାଳୟର ମିଶ୍ରଣ ଫଳରେ ବାଦପଡିଥିବା ସମସ୍ତ ପାଚିକା ମାନଙ୍କୁ ଅନ୍ୟତ୍ର ନିଯୁକ୍ତିଦେବା , ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ଦେବା , ସେମାନଙ୍କୁ ବାର୍ଷୀକ ଛୁଟି ସହ ସରକାରୀ ନିୟମ ଅନୁଯାୟୀ ପ୍ରସୂତୀକାଳୀନ ପାରିଶ୍ରମିକ ଦେବା , ୧୦ ମାସ ବଦଳରେ ୧୨ ମାସର ପ୍ରାପ୍ୟ ଦେବା , ସାମାଜିକ ସୁରକ୍ଷା ଆଦି ୧୫ ଦଫା ଦାବୀନେଇ ରାଜ୍ୟ ମାଧ୍ୟାନ୍ନ ଭୋଜନ ପାଚିକା ସୟାୟକ ସଂଘ ମିଳିତ ମଞ୍ଚ ପକ୍ଷରୁ ଚଳିତ ସେପ୍ଟେମ୍ବର ୨୭ ତାରିଖ ଠାରୁ ସର୍ବନିମ୍ନ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ନିଷ୍ପତି ସଫଳତା / ଅବଗତି ପାଇଁ ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡିଶା ଏମ୍‌ଡିଏମ୍ ପାଚିକା ସହାୟକ ସଂଘ , ମୟୁରଭଞ ଜିଲା ପକ୍ଷରୁ ପୂନ୍ନିମା ପଣ୍ଡା , ସ୍ୱରସ୍ୱତୀ ଗୋଛାୟତ , ନନ୍ଦିନୀ ମହାରଣା , ସେନ୍ତୋଷିନୀ ପାତ୍ର , ମାଳତୀ ସିଂ , ପଦ୍ମାବତୀ ପାତ୍ର , ଭଗବତୀ ନାଏକ , ମଞୁଲତା ପାତ୍ର , ଲିଲି ବେହାରା , ନମିତା ବାରିକ ସୁନ୍ଦରୀ ହେମ୍ବ୍ରମ , ଫୁଙ୍ଗି ମହାନ୍ତ , ସୁଲୋଚନା ଗିରି , ସୁମିତ୍ରା ନାଏକ , ଉତ୍ତରା ବେହେରା , ସୁକୁମାରୀ ବେଶ୍ରା , ରଶ୍ମିତା ମହାନ୍ତ ପ୍ରମୁଖ ଅନୁଷ୍ଠିତ ଜିଲା ସ୍ତରୀୟ ବୈଠକ ରେ ଜଣାଇଥିବାର ଏଆଇଟିୟୁସିର ଜିଲା ସଂପାଦକ ଜଗବନ୍ଧୁ ମିଶ୍ର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।