Onn 3

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ଜିତିବ କଂଗ୍ରେସ: ରାହୁଲ

National & International

 

rahul

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନେତାଙ୍କ ମଧ୍ୟରେ ଆରମ୍ଭ ହେଲାଣି ଅଙ୍କ କସା। କିଏ କେଉଁ ଆସନରେ ଜିତିବ ସେନେଇ ଅନୁମାନ ମଧ୍ୟ କଲେଣି ଅନେକ ରାଜନେତା। ଏହାରି ଭିତରେ କଂଗ୍ରେସ ନେତା ତଥା ଦଳର ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ରବିବାର ରାଜଧାନୀ ଦିଲ୍ଲୀରେ ଏକ କନକ୍ଲେଭ ସମୟରେ ଆଗାମୀ ବିଧାନସଭା ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, ଚଳିତ ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ କଂଗ୍ରେସ ଜିତିବାର ଅତ୍ୟଧିକ ସମ୍ଭାବନା ରହିଛି। ତେଲଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡରେ ନିଶ୍ଚିତ ଭାବେ କଂଗ୍ରେସ ବିଜୟ ଲାଭ କରିବ। ସେହିପରି ରାଜସ୍ଥାନରେ ମଧ୍ୟ କଂଗ୍ରେସ ଶାସନ ଆସିବାର ଅନେକ ସମ୍ଭାବନା ରହିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ତେଲଙ୍ଗାନା ଏବଂ ମିଜୋରାମ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ୫ଟି ରାଜ୍ୟ ମଧ୍ୟରୁ ରାଜସ୍ଥାନ ଏବଂ ଛତିଶଗଡରେ ଦୁଇଟି ରାଜ୍ୟରେ କଂଗ୍ରେସ ସରକାର ଅଛନ୍ତି। ମଧ୍ୟପ୍ରଦେଶରେ ବିଜେପି କ୍ଷମତାରେ ଅଛି। ତେଲଙ୍ଗାନାରେ କେସିଆରଙ୍କ ଟିଆରଏସ କ୍ଷମତାରେ ଅଛି ଏବଂ ମିଜୋରାମରେ ମିଜୋ ନ୍ୟାଶନାଲ ଫ୍ରଣ୍ଟ କ୍ଷମତାରେ ଅଛି।

ନିର୍ବାଚନ ଆୟୋଗ ଏହି ରାଜ୍ୟଗୁଡ଼ିକରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ। ଡିସେମ୍ବର ପୂର୍ବରୁ ଏହି ରାଜ୍ୟଗୁଡିକରେ ନିର୍ବାଚନ ଶେଷ ହେବାର ସମ୍ଭାବନା ରହିଛି। ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟର ଫଳାଫଳ ଦଳ ସପକ୍ଷରେ ପରିବେଶ ସୃଷ୍ଟି କରିବାର କାର୍ଯ୍ୟ କରିବ।