ଶୈଫଉଲ୍ଲା କର୍ଣ୍ଣାଟକାର ବରିଷ୍ଠ ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ। ଆଜି ସେ ତାଙ୍କ ଇସ୍ତଫା ପତ୍ର ଦଳର ସୁପ୍ରିମ ଏଚଡି ଦୈବଗୌଡାଙ୍କୁ ପଠାଇଛନ୍ତି। ଆସନ୍ତା ଲୋକସଭା ନିର୍ବାଚନରେ ଦଳ ଏନଡିଏ ସହ ମେଣ୍ଟ କରିବାରୁ ସେ ଦଳ ଛାଡିଥିବା ସ୍ପଷ୍ଟୋକ୍ତି ଦେଇଛନ୍ତି। ଦଳ ଛାଡିବା ପରେ ଶୈଫଉଲ୍ଲା କହିଛନ୍ତି, “ମୁଁ ଗତ 30 ବର୍ଷ ଧରି ଦଳ ସହ ଥିଲି। ଆମ ଦଳର ଧର୍ମନିରପେକ୍ଷ ବୋଲି ନାଁ ଅଛି। ଆମେ ସର୍ବଦା ଦଳର ନୀତି ଉପରେ ପ୍ରଚାର କରୁଥିଲୁ ଏବଂ ଲୋକଙ୍କ ପାଖରେ ପହଞ୍ଚୁଥିଲୁ।
କିନ୍ତୁ ବର୍ତ୍ତମାନ ଯଦି ମୋର ଦଳ ଏକ ଦଳ ସହ ହାତ ମିଳାଉଛି, ଯାହା ସମ୍ପ୍ରଦାୟ ଏବଂ ଜାତି ମଧ୍ୟରେ ମତଭେଦ ସୃଷ୍ଟି କରେ… ଏବଂ ସାମ୍ପ୍ରଦାୟିକ ଏଜେଣ୍ଡା ଉପରେ କାର୍ଯ୍ୟ କରେ, ତେଣୁ ଆମେ ଧର୍ମନିରପେକ୍ଷ ନେତାମାନେ ଏହାକୁ ବିରୋଧ କରୁଛୁ। ସେ ଆହୁରି କହିଛନ୍ତି, “ଯେଉଁପରି ଆମ ଦେଶ ଆଗକୁ ବଢୁଛି, ସେମିତି ଆଗକୁ ଯିବା ଉଚିତ ନୁହେଁ। ଧର୍ମନିରପେକ୍ଷବାଦୀମାନେ ବିଜେପି ସହ ସହମତ ହେବାକୁ ଚାହୁଁନାହାନ୍ତି, ଯାହା ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛି।”
ଏହି ବିଚାରରେ ନିଯକୁ ଖାପ ଖୁଆଇବା କଷ୍ଟକର। ଏପରିକି ମୋ ଭଳି ମାନସିକତା ରଖୁଥିବା ଲୋକମାନେ ଏହି ମେଣ୍ଟରେ ରହିପାରିବେ ନାହିଁ ବୋଲି ଶୈଫଉଲ୍ଲା କହିଛନ୍ତି।