Onn 3

ସନ୍ଧ୍ୟା ବେଳିଆ ଷ୍ଟ୍ରିଟ ଫୁଡ଼ ଉପରେ ଜୋରଦାର ଚଢ଼ାଉ

State

cha

କଟକ: କଟକ ଗୌରୀଶଙ୍କର ପାର୍କ ଅଞ୍ଚଳରେ ପାର୍ବଣ ପୂର୍ବରୁ ଆକ୍ସନ ମୁଡ଼ରେ ସିଏମସି । ସନ୍ଧ୍ୟା ବେଳିଆ ଷ୍ଟ୍ରିଟ ଫୁଡ଼ ଉପରେ ଜୋରଦାର ଚଢ଼ାଉ। ଖାଦ୍ୟର ମାନ ଓ ଫୁଡ଼ ଲାଇସେନ୍ସ ତଦାରଖ କଲା ସିଏମସି ସ୍ୱାସ୍ଥ୍ୟ ବିଭାଗ। କଟକର ଗୌରୀ ଶଙ୍କର ପାର୍କ ନିକଟରେ ଥିବା ୫୦ରୁ ଊର୍ଦ୍ଧ୍ୱ ଷ୍ଟ୍ରିଟ ଫୁଡ଼ ଷ୍ଟଲ ଉପରେ ଚଢ଼ାଉ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ ଟିମ। ଏହି ରେଡ଼ ସମୟରେ ଅନେକ ବ୍ୟବସାୟୀ ଫାଇନ ଗଣିଛନ୍ତି ।

ଲାଇସେନ୍ସ ନଥିବା ବ୍ୟବସାୟୀମାନେ ଶୀଘ୍ର ଆଦେବନ କରିବା ପାଇଁ ତାଗିଦ କରିଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ। ସିଏମ୍ସିର ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ଵରେ ଏକ ଟିମ୍ ଗୌରୀ ଶଙ୍କର ପାର୍କ ଅଞ୍ଚଳର ବିକ୍ରି ହେଉଥିବା ବିଭିନ୍ନ ଫାଷ୍ଟ ଫୁଡ଼ ଦୋକାନ ଉପରେ ଚଢ଼ାଉ କରିଥିଲେ। ପାଓ ଭାଜି, ମୋମୋ, ଚାଟ୍ , ଆଳୁଦମ ଦହିବରା, ଗୁପ ଚୁପ ଭଳି ଦୋକାନ ଉପରେ ଚଢ଼ାଉ କରିଛି ଖାଦ୍ୟ ସୁରକ୍ଷା ଟିମ। ବାସି ଖାଦ୍ୟ, ରଙ୍ଗ ମିଶା ଖାଦ୍ୟ, ନକଲି ସସ, ଅପରିଷ୍କାର ପରିବେଶ ଆଦିକୁ ବିଶେଷ ଭାବରେ ଯାଞ୍ଚ କରୁଛି ଟିମ୍।

ତେବେ କଟକରେ ପାର୍ବଣ ଆସିଲେ ଫାଷ୍ଟ ଫୁଡ଼ର ଚାହିଦା ଦୁଇ ଗୁଣ ହୋଇଯାଏ। ଯେପରି ମୋମୋ, ଫାଷ୍ଟ ଫୁଡ଼ ,ପାଓଭାଜି, ପାମ୍ପଡ଼ି ଚାଟ, ଗୁପଚୁପ , ଚିକେନ୍ ଆଇଟମ ଆଦି । ଏହି ସମୟରେ କଟକରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥାଏ। ତେଣୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସିଏମସି ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଏହି ଚଢ଼ାଉ କରିଛି । ଆଗମୀ ସମୟରେ ଲାଇସେନସ ପଞ୍ଜୀକରଣ କରିବା ସହ ଏପରି ନିମ୍ନ ମାନର ଖାଦ୍ୟ ବିକ୍ରି ନକରିବାକୁ ବ୍ୟବସାୟୀଙ୍କୁ ତାଗିଦ କରିଛି ଖାଦ୍ୟ ସୁରକ୍ଷା ଟିମ । ଏହାସହ ଦୋକାନୀମାନଙ୍କୁ ସଚେତନତା ତାଲିମ ମଧ୍ୟ ଦେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମହାନଗର ନିଗମ ଫୁଡ୍ ସ୍କ୍ୱାର୍ଡ ଅଧିକାରୀ ।