Onn 3

ସାଉଥ୍ ଅଭିନେତା ପ୍ରକାଶ ରାଜ୍ ଙ୍କୁ ହତ୍ୟା ଧମକ !

entertrainment National & International

prak

ମୁମ୍ବାଇ: ଦକ୍ଷିଣ ଅଭିନେତା ପ୍ରକାଶ ରାଜ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ମନ୍ତବ୍ୟ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି  ।  ଅନେକ ଥର ସେ ଏପରି ମନ୍ତବ୍ୟ ଦିଅନ୍ତି ଯାହା ଭାବନାକୁ ଆଘାତ ପହଞ୍ଚାଏ , ତା ପରେ ବିବାଦ ଗମ୍ଭୀର ହୋଇଯାଏ  । ନିକଟରେ ସେ ଚନ୍ଦ୍ରୟାନ-୩ କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଏବେ ସେ ସନାତନ ଧର୍ମକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ  ତାଙ୍କୁ ମୃତ୍ୟୁ ଧମକ ମିଳିଛି।  ପ୍ରକାଶ ରାଜ ଦାବି କରିଛନ୍ତି ଯେ ତାଙ୍କୁ ଏକ ଭିଡିଓ ମାଧ୍ୟମରେ ଧମକ ଦିଆଯାଇଛି। ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧମକ ମିଳିଛି  ।

ପ୍ରକାଶ ରାଜ ଏକ ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ଅଭିଯୋଗ ଆଣି ବାଙ୍ଗାଲୋର ପୋଲିସ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି  ।  ଏନେଇ ବେଙ୍ଗାଲୁରୁର ଅଶୋକ ନଗର ପୋଲିସ ୟୁଟ୍ୟୁବ ଚ୍ୟାନେଲ ଟିଭି ବିକ୍ରମାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି। ଆଇପିସିର ଧାରା ୫୦୬, ୫୦୪ ଏବଂ ୫୦୫ ଅନ୍ତର୍ଭୃକ୍ତ କରି ପୋଲିସ ଏକ ମାମଲା ରୁଜ୍ଜୁ କରିଛି  ।ସୂଚନା ଅନୁଯାୟୀ ପ୍ରକାଶ ରାଜଙ୍କୁ ଧମକ ଦେଉଥିବା ଭିଡିଓଟି  ଇଣ୍ଟରନେଟରେ ଭାଇରାଲ ହୋଇଛି  । ଏବଂ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ଏହାକୁ ଦେଖିଛନ୍ତି। ପ୍ରକାଶ ରାଜ କହିଛନ୍ତି ଯେ ଏହା ତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି  । ଏବଂ ଦର୍ଶକଙ୍କ ସାମ୍ନାରେ ତାଙ୍କୁ ଭୁଲ ଉପାୟରେ ଉପସ୍ଥାପନ କରାଯାଉଛି। ଏଭଳି ପରିସ୍ଥିତିରେ ଯଥାଶୀଘ୍ର ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।