Onn 3

୨୬ରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଘୋଷଣା

State

wad

ଭୁବନେଶ୍ୱର: ତିନି ଦଫା ଦାବି ପୂରଣ ଦାବିରେ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ ବୁଧବାର ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୬ ତାରିଖରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ମଧ୍ୟ ଶିକ୍ଷକ ସଂଘ ଘୋଷଣା କରିଛି। ମହାସମାବେଶରେ ପ୍ରାୟ ୧ ଲକ୍ଷ ଶିକ୍ଷକ ଯୋଗ ଦେବାର ସମ୍ଭାବନା ରହିଛି।

ନଅଟି ସଙ୍ଘ ଏକାଠି ଅଛନ୍ତି, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମର କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ ଜାରି ରହିବ। ସେପ୍ଟେମ୍ବର ୨୬ରେ ଭୁବନେଶ୍ୱରରେ ମହାସମାବେଶ କରିବୁ। ଦାବି ପୂରଣ ନହେବା ଯାଏଁ ଆମର ଆନ୍ଦୋଳନ ଜାରି ରହିବ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହରାଣା କହିଛନ୍ତି।

ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ, ଗ୍ରେଡ୍ ପେ’ ବୃଦ୍ଧି, ପୁରୁଣା ପେନସନ ଯୋଜନାର ପୁନରୁଦ୍ଧାର ଆଦି ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ଏବେ ପ୍ରାୟ ୧୩ ଦିନ ହେଲା ଧାରଣାରେ ବସିଛନ୍ତି। ଗତ ସେପ୍ଟେମ୍ବର ୮ ତାରିଖରୁ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ସମ୍ବିଧାନ ଅନୁସାରେ ସମସ୍ତଙ୍କର ସମାନ ଅଧିକାର ରହିଛି। କିନ୍ତୁ ଯେକୌଣସି ମୂଲ୍ୟରେ ଜଣେ ନିଜ ଦାବି ପୂରଣ କରିବା ପାଇଁ ଅନ୍ୟର ଅଧିକାରକୁ ଛଡ଼ାଇ ନେଇପାରିବ ନାହିଁ। ସେପଟେ ଗତକାଲି ଆନ୍ଦୋଳନକୁ ସ୍ଥଗିତ ରଖିଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୨୩ରେ ଆଲୋଚନା ପାଇଁ ଡାକରା ହୋଇଛି।