ସେପଟେ, ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜାରଙ୍କ ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ଅଛି ବୋଲି ଅଭିଯୋଗ କରିଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କୁ ସମାଲୋଚନା କରି ବିରୋଧୀ ଦଳର ନେତା ପିଏରି ପୋଇଲିଏଭର୍ କହିଛନ୍ତି ଯେ, ବିବୃତି ଦେବା ଆଗରୁ ସେ ସମସ୍ତ ତଥ୍ୟ ସ୍ପଷ୍ଟରୂପେ ଜାଣିବା ଉଚିତ।
ସୂଚନାଯୋଗ୍ୟ, ଜୁନ୍ ୧୮ ତାରିଖ ଦିନ କାନାଡାର ବ୍ରିଟିସ୍ କଲମ୍ବିଆ ଅନ୍ତର୍ଗତ ସୁରେସ୍ଥିତ ଗୁରୁଦ୍ବାର ବାହାରେ ଥିବା ପାର୍କିଙ୍ଗ୍ ଅଞ୍ଚଳରେ ‘ଖଲିସ୍ତାନୀ ଟାଇଗର୍ ଫୋର୍ସ’ର ମୁଖ୍ୟ ତଥା ଭାରତୀୟ ଆତଙ୍କବାଦୀ ୪୫ ବର୍ଷିୟ ହରଦୀପ ସିଂହ ନିଜ୍ଜାରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏଥିରେ ଭାରତ ସମ୍ପୃକ୍ତ ବୋଲି ଟ୍ରୁଡୁ କହିବାରୁ ଭାରତ ଓ କାନାଡା ନିଜ ନିଜର ଦେଶରୁ ଜଣେ ଲେଖାଏଁ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି। ଭାରତ ଟ୍ରୁଡୁଙ୍କ ଅଭିଯୋଗକୁ ଅବାନ୍ତର ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି।