Onn 3

ମାଷ୍ଟରକ୍ୟାଣ୍ଟିନ ନିକଟରେ ଯୁବକଙ୍କୁ ମାରି ରାସ୍ତା ଉପରେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ

Crime State

 

body

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ସ୍ଥିତ କଂଗ୍ରେସ ଭବନ ନିକଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ବୟସ ୩୫ ପାଖାପାଖି ହେବ । ତେବେ ଏହି ଯୁବକଜଣକ କିଏ  ଏବଂ ଏଠାକୁ ତାଙ୍କର ମୃତଦେହ କେମିତି ଆସିଲା ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ ।

ମିଳିଥିବା ସୂଚନା ଅନୁସାରେ, ପୋଲିସ ପାଖକୁ ଏକ କଲ ଆସିଥିଲା ଯେ, ଜଣେ ବ୍ୟକ୍ତି ସକାଳ ପ୍ରାୟ ୧୧ଟାରୁ ଏଠାରେ ଅଚେତ ହୋଇ ପଡିଛନ୍ତି । ତାଙ୍କୁ ଆମ୍ବୁଲାନ୍ସରେ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି କହିଛନ୍ତି କ୍ୟାପିଟା ଥାନା ପୋଲିସ ଆଇଆଇସି  ପାଣ୍ଡବ ପ୍ରଧାନ କହିଛନ୍ତି ।

ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ଉକ୍ତ ବ୍ୟକ୍ତିଙ୍କ ଶରୀରରେ କୌଣସି କ୍ଷତର ଚିହ୍ନ ନାହିଁ । ତେବେ ସିସିଟିଭି ଫୁଟେଜକୁ ନେଇ ପୋଲିସ ତଦନ୍ତ କରୁଛି । ବକ୍ତି ଜଣକ କେମିତି ଏବଂ କାହା ସହିତ ଏଠାକୁ ଆସିଥିଲେ ସେ ନେଇ ସିସିଟିଭି ଯାଞ୍ଚ କରାଯିବ । ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ତେବେ ଯାହା ଶୁଣିବାକୁ ମିଳୁଛି, ସକାଳ ପ୍ରାୟ ୧୦ଟାରୁ ସାଢେ ୧୦ଟା ଭିତରେ କିଛି ବ୍ୟକ୍ତି ଏକ କାରରେ ଆସିଲେ ଏବଂ ମୃତଦେହକୁ ଏଠାରେ ଫିଙ୍ଗ ଦେଇ ଚାଲି ଯାଇଥିଲେ ।