ସୂଚନାଯୋଗ୍ୟ ଯେ ବିଜୁ ଜନତା ଦଳର ନାରୀନେତ୍ରୀ ସଂଯୁକ୍ତା ମହଲା କିଛି ମାସ ପୂର୍ବେ ଶ୍ରୀକାନ୍ତଙ୍କ ନାମରେ ଭୁବନେଶ୍ଵର ମହିଳା ଥାନାରେ ଅଭିଯୋଗ କରିଥିଲେ। ତେବେ ମହିଳା ଥାନାରୁ ସେ ଉପଯୁକ୍ତ ନ୍ୟାୟ ପାଇନଥିବା ଅଭିଯୋଗ କରି ସଂଯୁକ୍ତା ବର୍ତ୍ତମାନ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଅପିଲ କରିଛନ୍ତି। ଉଚ୍ଚ ନ୍ୟାୟାଳୟ ସଂଯୁକ୍ତାଙ୍କ ଅପିଲକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ତେବେ ଫେସବୁକ୍ ର ସଂଯୁକ୍ତା ମହଲା ସିଏ କି ନାହିଁ ବିଧାୟକ ଶ୍ରୀକାନ୍ତ ତାଙ୍କ ଏତଲାରେ ଉଲ୍ଲେଖ କରି ନାହାନ୍ତି। ଶ୍ରୀକାନ୍ତଙ୍କ ଏତଲା ପାଇବା ପରେ ପୋଲସରା ଥାନା ପକ୍ଷରୁ ୫୫୪/୨୦୨୩ ନମ୍ବର ମୋକଦ୍ଦମା ରୁଜ୍ଜୁ କରାଯାଇ ଅନୁସନ୍ଧାନ କରା ଯାଉଥିବା ଜଣାପଡିଛି।